ପେଟ୍ରୋଲ-ଡିଜେଲ ପରେ ବଢ଼ିଲା ସିଏନ୍ଜି ଗ୍ୟାସ୍ ଦର

ଏଲପିଜି ପରେ ବୃଦ୍ଧି ପାଇଛି ସିଏନଜି ଗ୍ୟାସ। ଦିଲ୍ଲୀରେ ସିଏନଜି ଗ୍ୟାସ୍ ଏବଂ ପାଇପ ମାଧ୍ୟମରେ ରୋଷେଇ ପାଇଁ ପ୍ରଦାନ କରାଯାଉଥିବା (ପିଏନଜି)ଗ୍ୟାସ ଲିଟର ପ୍ରତି ଏକ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ଦିଲ୍ଲୀରେ ସିଏନଜି ଗ୍ୟାସ କେଜି ପ୍ରତି ୫୮.୦୧ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୫୯.୦୧ ହୋଇଛି। ଚଳିତ ମାସରେ ତୃତୀୟଥର ଭାବେ ସିଏନଜି ଗ୍ୟାସ ଦର ବୃଦ୍ଧି ପାଇଛି।
ସୁଚନା ଥାଉକି ବୁଧବାର ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବୃଦ୍ଧି ହୋଇଥିଲା। ଦୁଇଦିନ ଧରି ଲିଟର ପ୍ରତି ୮୦ ପଇସା ବୃଦ୍ଧି ହେବାରୁ ତେଲ ଦରରେ ମୋଟ ୧.୬୦ ପଇସା ବୃଦ୍ଧି ହୋଇଛି। ସିଏନ୍ଜି ବଢ଼ିବା ପରେ ଅଣସବସିଡିଯୁକ୍ତ ଏଲ୍ପିଜି ଗ୍ୟାସ୍ ମୂଲ୍ୟରେ ବି ବୃଦ୍ଧି ଦେଖିବାକୁ ମିଳିଛି। ଦିଲ୍ଲୀରେ ୧୪.୨ କେଜିଆ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ବଢ଼ି ୯୪୯.୫୦ ହୋଇଛି।
ଦର ବୃଦ୍ଧିକୁ ନେଇ ସଂସଦରେ ହୋହଲ୍ଲା ହୋଇଛି । ଉଭୟ ଲୋକସଭା ଏବଂ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ସରକାରଙ୍କୁ ଘେରିଛନ୍ତି। ପୂର୍ବରୁ ଦରଦାମ ମହଙ୍ଗା ଥିବା ବେଳେ ତେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଅଜଥା ବୋଝ ବୋଲି ବିରୋଧୀ ଦଳମାନେ କହିଛନ୍ତ।
Powered by Froala Editor