ଲୋମହର୍ଷଣକାରୀ କାଣ୍ଡ, ୧୦ ଜଣଙ୍କୁ ଜୀଅଁନ୍ତା ଜାଳିଦେଲେ
କୋଲକାତା: ସୀମା ଟପିଲା ବର୍ବରତା । ରାଜନୈତିକ ହିଂସାରୁ ୧୦ ଜଣଙ୍କୁ ଜୀଅଁନ୍ତା ଜାଳିଦେଲେ ଟିଏମସି ସମର୍ଥକ । ପଶ୍ଚିମବଙ୍ଗ ବୀରଭୂମିରେ ଏହି ଲୋମହର୍ଷଣକାରୀ କାଣ୍ଡ ଘଟିଛି । ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଟିଏମସି ସମର୍ଥକ ୧୦ ଜଣଙ୍କୁ ଜୀଅନ୍ତା ଜାଳି ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି ।
ଯାହା ସୂଚନା ରହିଛି, ମଙ୍ଗଳବାର ବୀରଭୂମି ଜିଲ୍ଲା ରାମପୁରହାଟର ଟିଏମସି ନେତା ବାହାଦୂର ଶେଖଙ୍କୁ କେହି ଅଜଣା ଦୁର୍ବୃତ୍ତ ହତ୍ୟା କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଉତ୍ୟକ୍ତ ଟିଏମସି ସମର୍ଥକ ଗତକାଲି(ମଙ୍ଗଳବାର) ରାତିରେ ୧୦ ରୁ ୧୨ ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତଦେହ ଉଦ୍ଧାର କରିଛି । କେବଳ ଗୋଟିଏ ଘରୁ ହିଁ ୭ ଜଣଙ୍କ ମୃତଦେହ ମିଳିଛି ।ରାଜନୈତିକ ହିଂସାକୁ କେନ୍ଦ୍ରକରି ଘଟିଥିବା ଏହି ଜଘନ୍ୟ କାଣ୍ଡ ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଘଟଣାକୁ ଭୟଙ୍କର ଏବଂ ହୃଦୟ ବିଦାରକ କହିବା ସହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
Powered by Froala Editor