ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର
![ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର](https://odishanewslens.com/news_gallery/11845_1647951308.jpg)
ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ପ୍ରସାଦ ଯାଦବ ହଠାତ୍ ମଙ୍ଗଳବାର ଦିନ ଅସୁସ୍ଥ ହୋଇପଡିଛନ୍ତି। ଏହାପରେ ତାଙ୍କୁ ରାଞ୍ଚିର ରିମ୍ସ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଦାବି ଉଠିଛି। କୁହାଯାଉଛି ଯେ, ତାଙ୍କ କିଡ୍ନୀ ଖରାପ ଥିବା ଲାଗି କ୍ରିଏଟିନ୍ ଲେବୁଲ ବଢ଼ିଯାଇଛି। ଫଳରେ ଚିକିତ୍ସା ପାଇଁ ଲାଲୁଙ୍କୁ ଏୟାର ଆମ୍ବୁଲାନ୍ସ କରାଯିବ । ଏୟାର ଆମ୍ୱୁଲାନ୍ସ ଯୋଗେ ଲାଲୁ ଯାଦବଙ୍କୁ ଦିଲ୍ଲୀ ଅଣାଯିବ ।
ଏହା କୁହାଯାଉଛି ଯେ ତାଙ୍କ କ୍ରିଏଟିନ୍ ସ୍ତର ୪.୧ରୁ ୪.୬କୁ ବୃଦ୍ଧି ପାଇଛି । ଲାଲୁଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମେଡିକାଲ ବୋର୍ଡର ଏକ ବୈଠକ ଡକାଯାଇଛି । ଲାଲୁ କିଡନୀ ଜନିତ ସଂକ୍ରମଣରେ ପୀଡିତ ଅଛନ୍ତି। ଏହାବ୍ୟବତୀ ସେ ରକ୍ତଚାପ ଓ ଅନ୍ୟ ରୋଗରେ ମଧ୍ୟ ପୀଡିତ ଅଛନ୍ତି। ଏସବୁର ଚିକିତ୍ସା ରିମ୍ସ ହସ୍ପିଟାଲରେ ଚାଲିଛି। ତେବେ ମଙ୍ଗଳବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ କୁହାଯାଉଛି।
ବାସ୍ତବରେ ଲାଲୁ ପ୍ରସାଦ ଅନେକ ଗମ୍ଭୀର ରୋଗ ସହିତ ଲଢ଼େଇ କରୁଛନ୍ତି। ମଧୁମେହ, ରକ୍ତଚାପ, ହୃଦ୍ ରୋଗ, କିଡନୀ ରୋଗ, କିଡନୀ ଷ୍ଟୋନ୍, ଥାଲାସେମିଆ, ପ୍ରୋଷ୍ଟେଟର ବୃଦ୍ଧି, ୟୁରିକ୍ ଏସିଡ୍ ବୃଦ୍ଧି, ମସ୍ତିଷ୍କ ସମ୍ବନ୍ଧୀୟ ରୋଗ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, ଡାହାଣ କାନ୍ଧର ହାଡ ସମସ୍ୟା, ଗୋଡର ହାଡ ସମସ୍ୟା, ଆଖିରେ ସମସ୍ୟା ଆଦି ରହିଛି। ଡାକ୍ତରଙ୍କ ତତ୍ତ୍ୱାବଧାନରେ ରିମ୍ସ ହସ୍ପିଟାଲରେ ରହିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାପୂର୍ବରୁ ଫେବୃଆରୀ ୨୧ରେ ଲାଲୁ ପ୍ରସାଦ ଯାଦବଙ୍କୁ ଡୋରାଣ୍ଡା ଟ୍ରେଜେରୀ ସହିତ ଜଡିତ ଚୋରାଚାଲାଣ ମାମଲାରେ ୫ବର୍ଷରେ ଦଣ୍ଡିତ କରାଯାଇଥିଲା ।
Powered by Froala Editor