ଝିଅଟେ ବୋଲି ମାରିଦେଲା ମା’, ମାଇକ୍ରୋଓଭେନ୍ରୁ ମିଳିଲା ମୃତଦେହ
ଝିଅଟେ ବୋଲି ମା’ ନିଜେ ପାଲଟିଗଲା ପିଶାଚୀ । ୨ ମାସର ଶିଶୁ କନ୍ୟାକୁ ମାଇକ୍ରୋଓଭେନ୍ରେ ମାରିଦେଲା । ଦକ୍ଷିଣ ଦିଲ୍ଲୀର ଏ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏନେଇ ସ୍ପଷ୍ଟ କରିଛନ୍ତି ଦକ୍ଷିଣ ଦିଲ୍ଲୀ ଡେପୁଟି କମିଶନର ଅଫ୍ ପୋଲିସ୍ ବେନିତା ମେରୀ ଜାଇକର କହିଛନ୍ତି ଯେ ରାତି ପ୍ରାୟ ୩.୧୫ ସମୟରେ ଗୋଟିଏ ଶିଶୁ କନ୍ୟାର ମୃତ୍ୟୁ ନେଇ ସୂଚନା ମିଳିଥିଲା । ଶିଶୁଟି ଓଭେନ୍ରେ ପଶିଥିବା ଜଣେ ପଡ଼ୋଶୀ ପ୍ରଥମେ ଦେଖିବାକୁ ପାଇଥିଲେ।
ଏହି ଘଟଣାକୁ ପୁଲିସ୍ ତଦନ୍ତ କରି ଅଜଣା ବ୍ୟକ୍ତିଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ଏବେ ସୁଦ୍ଧା ଏ ସଂକ୍ରାନ୍ତରେ ପୁଲିସ୍ କାହାକୁ ଗିରଫ କରିନାହିଁ। ତେବେ ଘଟଣାରେ ମୃତ ଶିଶୁକନ୍ୟାର ବାପା ଗୁଲସନ କୌଣିକ ଓ ମା’ ଡିମ୍ପଲ କୌଶିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି ।
ବରିଷ୍ଠ ପୁଲିସ୍ ଅଧିକାରୀଙ୍କ କହିବାନୁଯାୟୀ, ‘ଶିଶୁଟିର ମାଆ ଏହି ମାମଲାର ମୁଖ୍ୟ ଅଭିଯୁକ୍ତା। ଶିଶୁଟିର ମାଆକୁ ପୁଲିସ୍ ଷ୍ଟେସନ୍ରେ ପଚରାଉଚରା କରାଯାଇଛି। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଯାଇଛି। ଘଟଣା ଘଟିବା ସମୟରେ ଶିଶୁଟିର ବାପା ଘରେ ଉପସ୍ଥିତ ନଥିଲେ। ଶିଶୁକୁ ଉଦ୍ଧାର କରିଥିବା ପଡ଼ୋଶୀ ଜଣକ କହିଛନ୍ତି କି ମହିଳା ଜଣକ ଘର ଭିତର ପଟୁ କବାଟ ଦେଇ ଦୀର୍ଘ ସମୟ ଧରି ରହିଥିବାରୁ ସେ କାଚ ଭାଙ୍ଗି ଘରେ ପଶିଥିଲେ। ସେ ଦେଖିବା ବେଳକୁ ମହିଳା ଅଚେତ ଅବସ୍ଥାରେ ତଳେ ପଡ଼ିଥିଲେ। ସେ ଶିଶୁଟିକୁ ବହୁ ଖୋଜିବା ପରେ ବି ପାଇନଥିଲେ। ତା’ପରେ ସେ ଆଉ କିଛି ପଡ଼ୋଶୀଙ୍କୁ ଡାକି ଆଣି ଖୋଜା ଖୋଜି କରିଥିଲେ। ଶେଷରେ ଶିଶୁଟି ମାଇକ୍ରୋୱେଭ୍ ଓଭେନ୍ ଭିତରୁ ମିଳିଥିଲା।
ସୂଚନ ଥାଉକି, ଶିଶୁ କନ୍ୟାଟି ଚଳିତ ବର୍ଷ ଜାନୁଆରୀରେ ଜନ୍ମ ନେଇଥିଲା । ସେବେଠାରୁ ଶ୍ରୀମତୀ କୌଶିକ ଅସନ୍ତୋଷ ବ୍ୟକ୍ତ କରିଆସୁଥିଲେ । ଏପରିକି ଏ ନେଇ ସ୍ୱାମୀଙ୍କ ସହ ମଧ୍ୟ ପାଟିତୁଣ୍ଡ ହେଉଥିଲା । ପୂର୍ବରୁ ଏହି ଦମ୍ପତ୍ତିଙ୍କର ଗୋଟିଏ ଚାରି ବର୍ଷ ପୁଅ ଟିଏ ମଧ୍ୟ ଅଛି ।
Powered by Froala Editor