ଇସ୍ତଫା ନିର୍ଦ୍ଦେଶ ପରେ ପଦ ଛାଡ଼ିଲେ ସିଦ୍ଧୁ

ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ । ଗତକାଲି ୫ ରାଜ୍ୟର କଂଗ୍ରେସ ସଭାପତିଙ୍କୁ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ସୋନିଆ। ସେହି ଅନୁଯାୟୀ ଆଜି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିକଟକୁ ପଠାଇଥିବା ଟ୍ୱିଟ୍ କରି କହିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି କି ମୁଁ କଂଗ୍ରେସ ଅଧ୍ୟକ୍ଷଙ୍କ ଇଚ୍ଛା ମୁତାବକ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛି ।
ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଏହି ପରାଜୟ ପରେ ସୋନିଆ ଗାନ୍ଧୀ ଏହି ୫ ରାଜ୍ୟର ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଇସ୍ତଫା ଦେବା ପାଇଁ ମଧ୍ୟ କହିଥିଲେ । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ରଣଦୀପ ସୁରଜେଓ୍ୱାଲା କହିଛନ୍ତି ଯେ ଏହି ରାଜ୍ୟରେ ସଂଗଠନର ପୁନର୍ଗଠନ ପାଇଁ ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ସୋନିଆ ଗାନ୍ଧୀଙ୍କ ଏହି ଆଦେଶ ପରେ ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ଗଣେଶ ଗୋଡିଆଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ଉତ୍ତରପ୍ରଦେଶ କଂଗ୍ରସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ବି ଇସ୍ତଫା ଦେଇଛନ୍ତି ।
Powered by Froala Editor