୫ ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ନିର୍ଦ୍ଦେଶ ଦେଲେ ସୋନିଆ
ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରର ପିସିସି ସଭାପତିଙ୍କୁ ଇସ୍ତଫା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧି । ଉତ୍ତରପ୍ରଦେଶ ପିସିସି ସଭାପତି ଅଜୟ କୁମାର ଲାଲ୍ଲୁ, ଉତ୍ତରାଖଣ୍ଡ ପିସିସି ସଭାପତି ଗଣେଶ ଗୋଡିୟାଲ, ପଞ୍ଜାବ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ, ଗୋଆ ପିସିସି ସଭାପତି ଗିରୀଶ ଚୋଡାନକର, ମଣିପୁର ପିସିସି ସଭାପତ ଏନ. ଲୋକେନ ସିଂଙ୍କୁ ଇସ୍ତଫା ନିର୍ଦ୍ଦେଶ ଦିଆଯାଇଛି ।
ଦଳ ତରଫରୁ କୁହାଯାଇଛି ଯେ, ଏହି ରାଜ୍ୟ ସଭାପତିଙ୍କ ଇସ୍ତଫା ପରେ ଏହି ରାଜ୍ୟରେ ସଂଗଠନ ପୁନ-ଗଠନ ହେବ ଏବଂ ନୂତନ ଲୋକଙ୍କୁ ଦାୟିତ୍ବ ଦିଆଯିବ ।
ତେବେ ଦଳର ଏହି ନିଷ୍ପତ୍ତିରେ ପଞ୍ଜାବର ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ଏବଂ ୟୁପିର ଅଜୟ କୁମାର ଲାଲୁ ମଧ୍ୟ ଅଛନ୍ତି । ଏଥିମଧ୍ୟରେ ରାହୁଲ ଗାନ୍ଧୀ ପଞ୍ଜାବରେ ଦଳର ରାଜ୍ୟ ସଭାପତିଙ୍କ ଦାୟିତ୍ୱ ସିଦ୍ଧୁଙ୍କୁ ଦେଇଥିଲେ । ଅନ୍ୟପକ୍ଷରେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଅତି ନିକଟତର ହେଉଛନ୍ତି ଅଜୟ କୁମାର ଲାଲୁ ।
Powered by Froala Editor