ଯୁଦ୍ଧ ବିଭୀଷିକା : କାନ୍ଦି କାନ୍ଦି ଯାଉଛି ନାବାଳକ, ସାଥୀରେ କେହିନାହାନ୍ତି
ବୟସ ମାତ୍ର ୧୦ରୁ ୧୧ ବର୍ଷ ହେବ । ହାତରେ ବ୍ୟାଗ୍ ଖଣ୍ଡେ । ସାଥୀରେ କେହିନାହାନ୍ତି । ଏକା ଦେଶ ଛାଡି କାନ୍ଦି କାନ୍ଦି ଚାଲିଛି ଏହି ନାବାଳକ । ଯାହାର କାନ୍ଦ ଦେଖିଲେ କୋହ ସମ୍ଭାଳିପାରିବେନି । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ୟୁକ୍ରେନ୍ ରାସ୍ତାରେ ।
ନାବାଳକ ୟୁକ୍ରେନ୍ରୁ ପୋଲାଣ୍ଡ ସୀମା ଅଭିମୁଖେ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତାଙ୍କ ପରିବାର କେଉଁଠି ଅଛନ୍ତି କିମ୍ବା ତାଙ୍କ ସହ କ'ଣ ଘଟିଛି ସେ ବିଷୟରେ ଜଣାପଡ଼ିନାହିଁ। ରାସ୍ତାରେ ବାଳକ ଜଣକ ବ୍ୟାଗ୍ଟିକୁ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି। ଯେଉଁ ପିଲାଙ୍କ ସହ ସେମାନଙ୍କ ମା' ବାପା ଅଛନ୍ତି ସେମାନଙ୍କୁ ଲୁହ ଛଳଛଳ ଆଖିରେ ସେ ଦେଖୁଥିବା ଭିଡିଓରେ ରହିଛି। ପିଲାଟିକୁ ଦେଖି ଆଖପାଖରେ ଥିବ ଲୋକ ମଧ୍ୟ ଭାବବିହ୍ବଳ ହୋଇପଡ଼ିଛନ୍ତି।
ରୁଷ ଆକ୍ରମଣରେ ଭୟଭୀତ ୟୁକ୍ରେନ ବାସୀ ଭିଟାମାଟି ଛାଡି ଧାଉଁଛନ୍ତି । ନା ଅଛି ଯୋଜନା ନା କିଛି ନିର୍ଦ୍ଧିଷ୍ଟ ଠିକଣା । ହଜାର ହଜାର ସଂଖ୍ୟାରେ ବାସହରା ଚାଲୁଛନ୍ତି ଯେ ଚାଲୁଛନ୍ତି । ଋଷ-ୟୁକ୍ରେନ୍ ଯୁଦ୍ଧ ବିଭୀଷିକା ସମସ୍ତଙ୍କୁ ଯେମିତି ନିର୍ବାକ କରିଦେଇଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏହି ହୃଦୟ ବିଦାରକ ଭିଡିଓ ।
Powered by Froala Editor