କୋକା-କୋଲା ଓ ପେପ୍ସିକୋ ଉପରେ ୨୫ କୋଟିର ଜରିମାନା

କୋକା-କୋଲା ଓ ପେପ୍ସିକୋ ଉପରେ ୨୫ କୋଟିର ଜରିମାନା କରିଛି ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)। ଏହି କମ୍ପାନୀ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । କୋକା-କୋଲାର ମୁନ୍ ବେଭରେଜ ଓ ପେପ୍ସି -କୋର ବରୁଣ ବେଭରେଜ ଏହାର ଉତ୍ତରପ୍ରଦେଶ ପ୍ଲାଣ୍ଟରେ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଭୂତଳ ଜଳ ବ୍ୟବହାର ନିମନ୍ତେ ଲାଇସେନ୍ସର ନିୟମକୁ ଦୁଇ କମ୍ପାନୀ ଉଲ୍ଲଙ୍ଘନ କରିଥିଲେ। ତେଣୁ ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋୟଲଙ୍କ ନେତୃତ୍ବ କମିଟି କୋକାକେଲା ଉପରେ ୧୫କୋଟି ଟଙ୍କା ଓ ପେପ୍ସିକୋ ଉପରେ ୯.୭୧ କୋଟି ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି।
Powered by Froala Editor