ଆଜି ଦେଶରେ ୪ହଜାର ୩୬୨କରୋନା ପଜିଟିଭ୍

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଏହା ସହିତ ମୃତୁ୍ୟ ସଂଖ୍ୟାରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହେଉଛି । ଗତ ୨୪ଘଣ୍ଟାରେ ଦେଶରେ ୪ହଜାର ୩୬୨ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୨୯ଲକ୍ଷ ୬୭ହଜାର ୩୧୫କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧ଲକ୍ଷ ତଳେ ରହିଛି । ଦେଶରେ ସକ୍ରିୟ ମାମଲା ୫୪ହଜାର ୧୧୮ରହିଛି । ଦେଶରେ ଗତ ୨୪ଘଣ୍ଟାରେ ୯ହଜାର ୬୨୦ଜଣ କରୋନାକୁ ମାତ୍ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୨୩ଲକ୍ଷ ୯୮ହଜାର ୯୫ରେ ପହଞ୍ଚି ଯାଇଛି । ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି । ଦେଶରେ ଟିକାକରଣ ସଂଖ୍ୟା ୧୭୮କୋଟି ୯୦ଲକ୍ଷ ଟପିଛି । ସେମାନଙ୍କ ମଧ୍ୟରୁ ୯୧କୋଟିରୁ ଅଧିକ ପ୍ରଥମ ଡୋଜ ଥିବାବେଳେ ୭୭କୋଟି ୨୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ରହିଛି ।
ଗତ ୨୪ଘଣ୍ଟାରେ କେରଳର ସର୍ବାଧିକ ୧ହଜାର ୪୦୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଉତ୍ତରାଖଣ୍ଡରେ ୩୩୨ ଏବଂ ମହାରାଷ୍ଟ୍ରରେ ୫୬୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor