ଅକ୍ସିଜେନ ଅଭାବରୁ ପୁଣି ଚାଲିଗଲା ୮ ଜଣଙ୍କ ଜୀବନ

ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କୋର୍ଟରେ ଶୁଣାଣି ବେଳେ ବାତ୍ରା ହସ୍ପିଟାଲ ପକ୍ଷରୁ ବୟାନ ଦାଖଲ ହୋଇଛି। ଏଥିରେ କୁହାଯାଇଛି, ‘ମଧ୍ୟାହ୍ନ ୧୨ଟାରେ ଆମର ଅମ୍ଳଜାନ ଶେଷ ହୋଇଗଲା। ଆମେ ୧.୩୫ ଘଣ୍ଟାରେ ଯାଇ ଅମ୍ଳଜାନ ପାଇଲୁ। ସେ ଭିତରେ ଜୀବନ ଚାଲିଗଲା। ସେମାନଙ୍କ ମଧ୍ୟରେ ଆମର ଜଣେ ଡାକ୍ତର ଅଛନ୍ତି। ବାତ୍ରା ହସ୍ପିଟାଲ ମେଡିସିନ୍ ନିର୍ଦ୍ଦେଶକ ଡାକ୍ତର ଏସସିଏଲ ଗୁପ୍ତା କହିଛନ୍ତି, ଘଣ୍ଟାଏ ପର୍ଯ୍ୟନ୍ତ ଆମକୁ ବିନା ଅମ୍ଳଜାନରେ ହସ୍ପିଟାଲ ଚଳେଇବାକୁ ପଡ଼ିଲା। ଶନିବାର ମଧ୍ୟାହ୍ନରେ ଏହି ସଂକଟ ଯୋଗୁଁ ୮ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି।
ଅମ୍ଳଜାନ ଶେଷ ହେବା ପୂର୍ବରୁ ବାତ୍ରା ହସ୍ପିଟାଲ ତରଫରୁ ଏସଓଏସ ପଠାଯାଇଥିଲା। ସେଥିରେ କୁହାଯାଇଥିଲା ଆମର ଅମ୍ଳଜାନ ସରି ଆସୁଛି। ଆଉ ୧୦ ମିନିଟରେ ସବୁ ଶେଷ ହୋଇଯିବ। ଆମ ପାଖରେ ୩୨୬ ଜଣ ରୋଗୀ ଅଛନ୍ତି। ଏହା ପରେ ଦିଲ୍ଲୀର ମନ୍ତ୍ରୀ ରାଘବ ଚଢା କହିଥିଲେ ଆମର ଏସଓଏସ କ୍ରାୟୋଜେନିକ ଟ୍ୟାଙ୍କରରେ ତରଳ ମେଡିକାଲ ଅମ୍ଳଜାନ ୫ ମିନିଟରେ ବାତ୍ରା ହସ୍ପିଟାଲରେ ପହଞ୍ଚୁଛି। କିନ୍ତୁ ହସ୍ପିଟାଲରେ ଅମ୍ଳଜାନ ବିଳମ୍ବରେ ପହଞ୍ଚିଥିଲା। ସେତେବେଳକୁ ୮ ଜଣଙ୍କର ଜୀବନହାନୀ ଘଟି ସାରିଥିଲା।
ଏହାକୁ ନେଇ ହାଇକୋର୍ଟ ବାତ୍ରା ହସ୍ପିଟାଲକୁ କହିଛନ୍ତି, ଏଥିରୁ ଆପଣଙ୍କ ଚେତା ପଶିବା ଦରକାର। ସଙ୍କଟ ସମୟରେ କାହା ଉପରେ ନିର୍ଭର କରିବା ବ୍ୟତୀତ ସମସ୍ତ ସୁବିଧା ନିଜ ହସ୍ପିଟାଲରେ ସୃଷ୍ଟି କରିବା ଦରକାର। ଦିଲ୍ଲୀ ସରକାରଙ୍କ ଓକିଲ କୋର୍ଟରେ କହିଛନ୍ତି, ଆମ ଅକ୍ସିଜେନ୍ ଟ୍ୟାଙ୍କରକୁ ପ୍ଲାଣ୍ଟରରେ ପ୍ରାଥମିକତା ଦେଉନାହାନ୍ତି।
Powered by Froala Editor