ଭାରତକୁ ଫେରୁଥିବା ବେଳେ ଛାତ୍ରଙ୍କ ଦେହରେ ବାଜିଲା ଗୁଳି

କିଭ୍: ୟୁକ୍ରେନରେ ଚାଲିଛି ଘମାଘଟ ଲଢେଇ । ଶୁକ୍ରବାର ସକାଳେ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କଠାରେ ଗୁଳି ବାଜିଛି । ଛାତ୍ର ଭାରତକୁ ଫେରୁଥିବା ବେଳେ ଗୁଳି ବାଜିଥିବା ନେଇ କୁହାଯାଉଛି । ଏଭଳି ପରିସ୍ଥିତିରେ ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁଣି କିଭକୁ ଫେରିବାକୁ ପଡିଛି । ଏହି ଯୁଦ୍ଧରେ ଏପର୍ୟ୍ୟନ୍ତ ୧୫୦୦ ୟୁକ୍ରେନୀୟ ଆହତ ହୋଇଛନ୍ତି।
ପୋଲାଣ୍ଡରେ ଉପସ୍ଥିତ କେନ୍ଦ୍ର ରାଜ୍ୟମନ୍ତ୍ରୀ ଭି.କେ ସିଂ କହିଛନ୍ତି ଯେ କିବ୍ରୁ ପୋଲାଣ୍ଡ ସୀମାକୁ ଯାଉଥିବା ବେଳେ ଛାତ୍ରଙ୍କ ଦେହରେ ଗୁଳି ବାଜିଛି । ଆହତ ଛାତ୍ରଙ୍କୁ କିବ୍ ଫେରାଇ ନିଆଯାଇଛି । ରାଜଧାନୀ କିବର ଏକ ହସ୍ପିଟାଲରେ ଆହତ ଛାତ୍ରଙ୍କ ଚିକିତ୍ସା ଚାଲିଛି । ତେବେ ଆହତ ଛାତ୍ରଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ । ଆମେ ଅଧିକରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ।
ଏହାପୂର୍ବରୁ ବୁଧବାର ଦିନ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା, ସେ ପଞ୍ଜାବର ବାସିନ୍ଦା ଥିଲେ। ତା ପୂର୍ବ ଦିନ ଅର୍ଥାତ୍ ମଙ୍ଗଳବାର ଦିନ କର୍ଣ୍ଣାଟକର ବାସିନ୍ଦା ଖାର୍କିଭରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଥିଲେ।
Powered by Froala Editor