ପୁଟିନଙ୍କୁ ହିଟଲର ସହ ତୁଳନା କଲା ପ୍ୟାରିସ୍, ମ୍ୟୁଜିୟମ୍ରୁ ହଟାଇଦେଲା ପ୍ରତିମୂର୍ତ୍ତି

ଗୋଟିଏ ପରେ ଗୋଟିଏ ସହରକୁ କବ୍ଜା କରି ଏବେ କିଭ୍ ଦଖଲ ପାଇଁ ଲାଗିପଡିଛି ଋଷ। ଏହାରି ଭିତରେ ପୁଟିନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଫ୍ରାନ୍ସ। ପ୍ୟାରିସରେ ଥିବା ଏକ ବଡ ୱାକ୍ସ ମ୍ୟୁଜିଅମରୁ ହଟାଇଛି ଦେଇଛି ପୁଟିନଙ୍କ ମହମ ପ୍ରତିମୂର୍ତ୍ତି। ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ମ୍ୟୁଜିୟମର ନିର୍ଦ୍ଦେଶକ କହିଛନ୍ତି ଯେ, ଆମେ ପୁଟିନ ଭଳି ହିଟଲରଙ୍କ ମୂର୍ତ୍ତି ଗୋବିନ ମ୍ୟୁଜିୟମରେ ରଖିବାକୁ ଚାହୁଁନାହୁଁ ।
ଚାରିଆଡୁ ବିଭିନ୍ନ ପ୍ରତିବନ୍ଧକ ଲଗାଇବା ଓ କଡା ବିରୋଧ ସତ୍ତ୍ୱେ ବି ଋଷ ରାଷ୍ଟ୍ରପତିଙ୍କୁ ଏହାର କିଛି ପ୍ରଭାବ ପଡୁନି। ୟୁକ୍ରେନ୍ ଉପରେ ସେ ତାଙ୍କ ଆକ୍ରମଣ ଜାରି ରଖିଛନ୍ତି। ଦୀର୍ଘ ୮ ଦିନ ହେବ ଜାରି ରହିଛି ଯୁଦ୍ଧ। ଗୋଟିଏ ଜିଦ୍ ୟୁକ୍ରେନ୍କୁ ଦଖଲ କରିବେ। ତେବେ ଦୁଇ ଦେଶ ଭିତରେ ଜାରି ରହିଥିବା ଏହି ଯୁଦ୍ଧ ଭିତରେ ପେଶି ହୋଇଛନ୍ତି ସାଧାରଣ ଲୋକ। ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଆହୁରି ଅନେକ ଲୋକ ବଙ୍କର ଭିତରେ ଲୁଚି ରହିଛନ୍ତି।
ସେପଟେ ଆଜି ପର୍ଯ୍ୟନ୍ତ ଋଷର ବାୟୁସେନାକୁ ମସ୍କୋ ବ୍ୟବହାର କରିନଥିବା ବେଳେ ଆଜି କିଭ୍ ସହରରେ ବାୟୁସେନା ଆକ୍ରମଣ ନେଇ ସାଇରନ ବାଜୁଥିବା ଶୁଣିବାକୁ ମିଳିଛି । ଏହାସହ କିଭ୍ର ଅନେକ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଭୁଥିବାରୁ ଏହାକୁ ନେଇ ଲୋକ ଭୟଭିତ ହୋଇପଡିଛନ୍ତି ।
ଅନ୍ୟପକ୍ଷରେ ପୁଟିନଙ୍କୁ ଋଷରେ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଯୁଦ୍ଧ ବିରୋଧରେ ପ୍ରଦର୍ଶନ କରୁଥିଲା ସ୍କୁଲ ପିଲାଙ୍କୁ ଗିରଫ କରାଯାଇଛି ।
Powered by Froala Editor