ପୁଲିସ ଓ ନକ୍ସଲ ଗୁଳିବିନିମୟ : ୨ ମହିଳା ମାଓବାଦୀ ନିହତ

ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟି ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ଖବର ଅନୁଯାୟୀ, ବିଜାପୁର ଜିଲ୍ଲାର ଦୁରଦା ଏବଂ ଜାପେଲି ଜଙ୍ଗଲରେ ନକ୍ସଲ ସଂଗଠନର ପ୍ଲାଟୁନ ନମ୍ବର ୧୧ ଏବଂ ୧୨ର ନକ୍ସଲମାନେ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଏହାକୁ ଆଧାର କରି ଡିଆର୍ଜି ଓ ସିଆରପିଏଫ ବାହିନୀ ପକ୍ଷରୁ କୁମିଂ ଅପରେସନ ଆରମ୍ଭ କରାଯାଇଥିଲା । କୁମ୍ବିଂ ଅପରସେନ ଦେଖି ସୁରକ୍ଷା ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ମାଓବାଦୀ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏଥିରେ ୨ଜଣ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏନକାଉଣ୍ଟର ପରେ ମାଓବାଦୀ ଘଟଣାସ୍ଥଳ ଛାଡି ପଳାୟନ କରିଥିବା ଜଣାପଡିଛି । ପୋଲିସ ଦୁଇ ମୃତ ମହିଳା ମାଓବାଦୀଙ୍କୁ ଚିହ୍ନଟ କରୁଛି। ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।
Powered by Froala Editor