ସୋମବାରରୁ ଶୁଖିଲା ରହିବ ପାଗ

ଭୁବନେଶ୍ୱର: ଆଜି ୫ଟି ଜିଲ୍ଲାରେ କାଁ ଭାଁ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟର ଅନ୍ୟ ସ୍ଥାନଗୁଡିକରେ ପାଗ ଶୁଖିଲା ରହିବ ବୋଲି କେନ୍ଦ୍ର ଆକଳନ କରିଛି ।
ସୋମବାର, ମଙ୍ଗଳବାର ଓ ବୁଧବାର ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଶନିବାର କେନ୍ଦୁଝରରେ ୪ ମିଲିମିଟର ବର୍ଷା ହୋଇଥିବା ବେଳେ ତାଳଚେରରେ ୫ ମିଲିମିଟର, ଅନୁଗୁଳରେ ୨ ମିଲିମିଟର ଓ ବାରିପଦାରେ ୧ ମିଲିମିଟର ବର୍ଷା ହୋଇଛି । ସୋମବାର ଦିନ ବେଳା ପାଗ ଶୁଖିଲା ରହିବ । ରାତି ବେଳେ କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି
Powered by Froala Editor