ଚାଲିଗଲେ ଏହି ନୁ୍ୟଜ ଆଙ୍କର
ନୂଆଦିଲ୍ଲୀ: ପ୍ରସିଦ୍ଧ ନ୍ୟୁଜ୍ ଆଙ୍କର୍ ରୋହିତ ସରଦାନାଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଜି ନ୍ୟୁଜରେ ଆଙ୍କର୍ ଥିବା ରୋହିତ ସରଦାନା ଏବେ ଆଜ୍ ତକ୍ରେ ଆଙ୍କର ଭାବେ କାର୍ୟ୍ୟ କରୁଥିଲେ ।
ଦୀର୍ଘ ଦିନ ଧରି ଟିଭି ମିଡିଆର ଚେହେରା ହୋଇ ଆସୁଥିବା ରୋହିତ ସରଦାନା ଆଜି ‘ଆଜ ତକ’ ନ୍ୟୁଜ ଚ୍ୟାନେଲରେ ଆଜି ପର୍ୟ୍ୟନ୍ତ ପ୍ରସାରିତ ହେଉଥିବା ସୋ ‘ଡଙ୍ଗଲ’କୁ ଆଙ୍କରିଙ୍ଗ କରୁଥିଲେ । ୨୦୧୮ ରେ ରୋହିତ ସରଦାନାଙ୍କୁ ଗଣେଶ ଶଙ୍କର ବିଦ୍ୟାର୍ଥି ପୁରସ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ରୋହିତ ସରଦାନାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଦେଇ ସେ କହିଛନ୍ତି, ଏହା ଅତ୍ୟନ୍ତ ଦୁଖଦ ଖବର । ପ୍ରସିଦ୍ଧ ଟିଭି ନ୍ୟୁଜ୍ ଆଙ୍କର୍ ରୋହିତ ସରଦାନାଙ୍କ ଦେହାନ୍ତ ହୋଇଛି । ଆଜି ସକାଳେ ତାଙ୍କର ହୃଦଘାତ ହୋଇଛି । ତାଙ୍କ ପରିବାର ପ୍ରତି ଗଭୀର ସମବେଦନା । ‘
Powered by Froala Editor