ନେତା ବାଣ୍ଟୁଥିଲେ ଟଙ୍କା, ୫୨ ସେକେଣ୍ଡର ଭିଡିଓ ଭାଇରାଲ

ଉତ୍ତରପ୍ରଦେଶରେ ନିର୍ବାଚନୀ ମାହୋଲ ଗରମାଗରମ ଅଛି । ଇତିମଧ୍ୟରେ ଟଙ୍କା ବଣ୍ଟା ଯାଉଥିବା ଭିଡିଓ ଭାଇରାଲ ହେଉଛି । ସମାଜବାଦୀ ପାର୍ଟିର ନେତା ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହାର ସୂଚନା ମିଳିବା ପରେ ହଣ୍ଡିଆ ପୋଲିସ ସପାର ଜିଲ୍ଲା ଅଧ୍ୟକ୍ଷ ସମେତ ଅନ୍ୟଙ୍କ ବିରୋଧରେ ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ କରିଛି।
ପୋଲିସ ସମାଜବାଦୀ ପାର୍ଟିର ଜିଲ୍ଲା ମଣ୍ଡଳୀର ଅଧ୍ୟକ୍ଷ ରମାକାନ୍ତ ବିଶ୍ଵକର୍ମା, ଅଭିମନ୍ୟୁ ଯାଦବ, ଭବନ ଯାଦବ ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ଶୁକ୍ରବାର ମାମଲା ରୁଜୁ କରିଛି। ଏହି ସବୁ ନେତା ଟଙ୍କା ବାଣ୍ଟୁଥିବାର ଏକ ମିନିଟ୍ ୫୨ ସେକେଣ୍ଡର ଭିଡିଓ ଭାଇରାଲ୍ ହୋଇଛି। ସପା ନେତା ହଣ୍ଡିଆରେ ପାର୍ଟିର କାର୍ଯ୍ୟାଳୟରେ ଶତାଧିକ ଲୋକଙ୍କୁ ରୁଣ୍ଡ କରି ଟଙ୍କା ବାଣ୍ଟୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଅଭିଯୋଗ ହୋଇଛି ଯେ, ନେତା ଲୋକଙ୍କୁ ୫୦୦ ଟଙ୍କିଆ ନୋଟ୍ ବାଣ୍ଟୁଥିଲେ। ତଦନ୍ତରେ ଉକ୍ତ ନେତାମାନେ ଟଙ୍କା ବାଣ୍ଟୁଥିବା କଥା ସତ୍ୟ ପ୍ରମାଣିତ ହୋଇଛି। ଏହି ଆଧାରରେ ସଭିଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲା ରୁଜୁ କରାଯାଇଛି। କିନ୍ତୁ ଏ କଥାକୁ ନେତାମାନେ ଅସ୍ୱୀକାର କରିଛନ୍ତି । ତାଙ୍କ କାର୍ଯ୍ୟକର୍ତ୍ତାଙ୍କୁ ପେଟ୍ରୋଲ ପକାଇବା ପାଇଁ ଟଙ୍କା ବଣ୍ଟା ଯାଉଥିବା ସେମାନେ କହିଛନ୍ତି ।
Powered by Froala Editor