ହାତ ଛାଡ଼ିଲେ ତୃତୀୟ ପୋଷ୍ଟର ଗାର୍ଲ ପଲ୍ଲବୀ ସିଂ

ପୁଣି ଥରେ କଂଗ୍ରେସକୁ ଝଟକା ଲାଗିଲା । ଉତ୍ତର ପ୍ରଦେଶ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ କଂଗ୍ରେସର ଆଉ ଜଣେ ପୋଷ୍ଟର ଗର୍ଲ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । କଂଗ୍ରେସର ଜଣାଶୁଣା ଚେହେରା ପଲ୍ଲବୀ ସିଂ ବିଜେପିରେ ସାମିଲ ହୋଇଛନ୍ତି । ପଲ୍ଲବୀ ସିଂ କଂଗ୍ରେସର ‘ଲଡକୀ ହୁଁ ଲଢ ସକତୀ ହୁଁ’ କ୍ୟାମ୍ପେନିଂର ଏକ ପ୍ରମୁଖ ଚେହେରା ଥିଲେ। ତେବେ ପଲ୍ଲବୀ କଂଗ୍ରେସ ଛାଡ଼ିବାର କାରଣ ସମ୍ପର୍କରେ କିଛି ଜଣାପଡ଼ିନି।
ପୂର୍ବରୁ କଂଗ୍ରେସର ୨ ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୋର୍ଯ୍ୟ ଓ ବନ୍ଦନା ସିଂ ବିଜେପି ଶିବିରରେ ପ୍ରବେଶ କରି ସାରିଥିବା ବେଳେ ଆଜି ପଲ୍ଲବୀ ସିଂ ମଧ୍ୟ ଏହି ଦଳରେ ଏଣ୍ଟ୍ରି କରିଛନ୍ତି। ଏଥିସହ ସେମାନେ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଦଳରେ ପୁରୁଣା କର୍ମୀ ବଦଳରେ ନୂଆ ଚେହେରାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ ଆଣିଥିଲେ।
ପ୍ରିୟଙ୍କା କହିଛନ୍ତି , ‘କଂଗ୍ରେସ ମୋ ଫଟୋ, ମୋ ନାଁ ଓ ସୋଶାଲ ମିଡିଆରେ ମୋର ୧୦ ଲକ୍ଷ ଫଲୋଅର୍ସଙ୍କୁ ନେଇ ନିଜର ପ୍ରଚାର କଲା। କିନ୍ତୁ ଯେତେବେଳେ ଟିକେଟ ଦେବାର ସମୟ ଆସିଲା ସେତେବେଳେ ସେମାନେ ଏହାକୁ ଆଉ କାହାକୁ ଦେଇଦେଲେ। ଏହା ସଂପୂର୍ଣ୍ଣ ଭାବେ ଅନ୍ୟାୟ। ସେମାନେ ଏପରି କରିବେ ବୋଲି ଆଗରୁ ନିଷ୍ପତ୍ତି ନେଇଥିଲେ। ମୁଁ ଓବିସି ବର୍ଗରୁ ଆସିଥିବାରୁ ମୋତେ ଟିକେଟ ମିଳିନି। ମୁଁ ପ୍ରିୟଙ୍କା ଗାନ୍ଧିଙ୍କ ସଚିବ ସନ୍ଦୀପ ସିଂହଙ୍କୁ ଲାଞ୍ଚ ଦେଇ ପାରି ନଥିଲି। ଏଥିପାଇଁ ସେମାନେ ମୋତେ ଟିକେଟ ଦେଇନାହାନ୍ତି ବୋଲି କହିଥିଲେ ପ୍ରିୟଙ୍କା ମୋର୍ଯ୍ୟ ।
Powered by Froala Editor