ବାପା ନିର୍ବାଚନରେ ବିଜୟ ମୁକୁଟ ନପିନ୍ଧିବା ପର୍ଯ୍ୟନ୍ତ ମୁଁ ବାହା ହେବିନି

ବାପା ନ ଜିତିବା ପର୍ଯ୍ୟନ୍ତ ବିବାହ କରିବି ନାହିଁ । ଏଭଳି କହି ହାଇଭୋଲଟେଜ ପ୍ରଚାର କରୁଛନ୍ତି ସିଦ୍ଧୁଙ୍କ ଝିଅ ରାବିୟା ସିଦ୍ଧୁ। ରାବିୟା ବାପାଙ୍କୁ ଜିତାଇବା ପାଇଁ ଖେଳିଛନ୍ତି ଇମୋଶନାଲ କାର୍ଡ।
ପଞ୍ଜାବ ଅମୃତସରର ପୂର୍ବ ବିଧାନସଭା କ୍ଷେତ୍ରରୁ ନବଜୋତ ସିଂହ ଲଢ଼େଇ କରୁଥିବା ବେଳେ ତାଙ୍କୁ ଜିତାଇବା ନିମନ୍ତେ ପତ୍ନୀ ଓ ଝିଅ ବି ପ୍ରଚାର ପାଇଁ ପ୍ରଚାର ଚଳାଇଛନ୍ତି । ବାପା ସପକ୍ଷରେ ପ୍ରଚାର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାବିୟା ବିକ୍ରମ ମାଜିଥିଆଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ଏପରିକି ମାଜିଥିଆଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ନିଶା କାରବାର ମାମଲାରେ ତାଙ୍କ ନାଁରେ ପୂର୍ବରୁ ମାମଲା ରୁଜୁ ହୋଇଛି। ତାଙ୍କ ଗ୍ରୋସରୀ ଦୋକାନରେ ବି ନିଶା ବିକ୍ରି ହେଉଛି। ତେଣୁ କାହାକୁ ଭୋଟ ଦେବା ଆବଶ୍ୟକ ତାହା ଲୋକେ ଭଲ ଭାବେ ଜାଣିଛନ୍ତି ।
ଆଗକୁ ସେ କହିଛନ୍ତି, ‘ବାପା ନିର୍ବାଚନରେ ବିଜୟ ମୁକୁଟ ନପିନ୍ଧିବା ପର୍ଯ୍ୟନ୍ତ ମୁଁ ବାହା ହେବିନି । ବାପା ସତ୍ୟ ପଥରେ ଅଛନ୍ତି, ତେଣୁ ତାଙ୍କ ଆଗକୁ ସମସ୍ୟା ଆସୁଛି ।’
ଏହାସହ ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି କାହାର କାହା ସଙ୍ଗରେ ମୁକାବିଲା ହେଉଛି । ଡ୍ରଗ୍ସ କବଳରୁ ନିଜ ପିଲାଙ୍କୁ ବଞ୍ଚାଇବ ନା ସେମାନଙ୍କୁ ନିଶାଡି ହେବାକୁ ଛାଡିଦେବ ବୋଲି ପଚାରିଛନ୍ତି ରାବିୟା ।
ସେ ମୋ’ ବାପାଙ୍କଠାରୁ ରାଜନୀତି ଶିଖି ଏବେ ତାଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି । ସେ ୨ଟି ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବାପାଙ୍କ ସହ କ’ଣ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ବୋଲି ପ୍ରଶ୍ନ ବି କରିଛନ୍ତି । ଏଥିସହ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଧମକ ଦିଆଯାଉଥିବା ପରି ସଙ୍ଗୀନ ଅଭିଯୋଗ ବି ଆଣିଛନ୍ତି ରାବିୟା।
Powered by Froala Editor