କଂଗ୍ରେସକୁ ଝଟ୍କା : ଦଳ ଛାଡ଼ିଲେ ଆଉ ଜଣେ ପୋଷ୍ଟର ଗାର୍ଲ

କଂଗ୍ରେସକୁ ପୁଣି ଥରେ ଝଟକା ଲାଗିଛି । କିଛି ଦିନ ତଳେ ଜଣେ ‘ଲଡ଼କି ହୁଁ ଲଢ଼ ସକତି ହୁଁ’ ଅଭିଯାନର ପୋଷ୍ଟର ଗାର୍ଲର୍ କଂଗ୍ରେସ ଛାଡି ବିଜେପିରେ ମିଶିଥିବାବେଳେ ଆଜି ବନ୍ଦନା ଦଳ ତ୍ୟାଗ କରିଛନ୍ତି । ସେ ପାର୍ଟିରେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ବଦଳରେ ନୂତନ ଚେହେରାଙ୍କୁ ଅଧିକ ଗୁରୁତ୍ଵ ଦିଆଯିବା ନେଇ ଅସନ୍ତୁଷ୍ଟ ଥିଲେ। ପ୍ରିୟଙ୍କା ଗାନ୍ଧୀ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାକୁ ସମୟ ଦେଇନଥିବା ସେ କହିଛନ୍ତି। ଦୁଇ ବର୍ଷ ହେବ ସେ ତାଙ୍କୁ ଚେଷ୍ଟା କରି ବି ଦେଖା କରି ପାରି ନାହାନ୍ତି। ସେ ମଧ୍ୟ ଟିକେଟ୍ ନମିଳିବାରୁ ଦଳ ଛାଡିଛନ୍ତି।
ସେ କହିଛନ୍ତି, ମୁଁ ୫-୬ ବର୍ଷ ହେବ କଂଗ୍ରେସରେ ସକ୍ରିୟ ଥିଲି। ପଦାଧିକାରୀ ସହ ମହିଳା ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ଥିଲି। ପ୍ରିୟଙ୍କା କହିଥିଲେ, ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦିଆଯିବ। ମୋତେ ଲାଗିଲା ମୋତେ ବି ନିର୍ବାଚନ ଲଢିବାକୁ ସୁଯୋଗ ଦେବେ। ମାତ୍ର ଟିକେଟ ଦିଆଗଲା ନାହିଁ । ତେଣୁ ସେ ବିଜେପିରେ ମିଶିବେ ବୋଲି କହିଛନ୍ତି ।
ସୂଚନା ଯେ, ‘ଲଡ଼କି ହୁଁ ଲଢ଼ ସକତି ହୁଁ’ ଅଭିଯାନର ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ସାମିଲ୍ ହୋଇ ସାରିଛନ୍ତି।
Powered by Froala Editor