ପୌରାଧ୍ୟକ୍ଷ ଚୂଡାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ୱର: ଆଜି ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୦୭ ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ ଓ ଅନୁସୂଚିତ ଜାତିଙ୍କ ପାଇଁ ୮ ସଂରକ୍ଷିତ ରହିଥିବାବେଳେ ଜନଜାତିଙ୍କ ପାଇଁ ୩ ଓ ଜନଜାତି ମହିଳାଙ୍କ ପାଇଁ ୫ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ସେହିପରି ମହିଳାଙ୍କ ପାଇଁ ୪୦ଟି ଅଧ୍ୟକ୍ଷ ପଦ ସଂରକ୍ଷିତ ଓ ୪୨ଟି ଅଧ୍ୟକ୍ଷ ପଦ ଅସଂରକ୍ଷିତ ରହିଥିବା ସୂଚନା ମିଳିଛି ।
Powered by Froala Editor