ଆକର୍ଷଣୀୟ ଗୋଲାପି ଓଠ ପାଇଁ ଅବଲମ୍ବନ କରନ୍ତୁ ଏହି ୫ଟି ଉପାୟ
ନିଜର ତ୍ୱଚା ପାଇଁ କିଏ ବା ଚିନ୍ତିତ ନୁହଁ, ସମସ୍ତେ ସର୍ବଦା ନିଜର ଆକର୍ଷଣୀୟ ତ୍ୱଚା ପାଇଁ ଚେଷ୍ଟିତ ଥାଆନ୍ତି । ଆଉ ଯଦି କୌଣସି ବାହାଘର ବା ଫଙ୍କସନ ଥାଏ ତେବେ କଥା ସରିଲା, ବଜାର ଯାଇ କିଣି ଆଣନ୍ତି ବିଭିନ୍ନ ପ୍ରକାରର କସମେଟିକସ ନଚେତ ପାର୍ଲର ଯାଆନ୍ତି ଯାହା ଏକ ସୀମିତ ସମୟ ପାଇଁ ରହିଥାଏ । ଆମ ଚେହେରାକୁ ସୁନ୍ଦର କରିଥାଏ ଓଠ । ଗୋଲାପି ସୁନ୍ଦର ଏବଂ ଆକର୍ଷଣ ଓଠ କିଏ ନ ଚାହେଁ। ଖାସ୍ କରି ମହିଳା ମାନେ ଚାହାଁନ୍ତି ତାଙ୍କର ଓଠ ଗୋଲାପି, ସୁନ୍ଦର ଏବଂ ଆକର୍ଷଣ ଦେଖାଯାଉ। କିନ୍ତୁ କେତେ ଜଣଙ୍କ ଓଠ କେବଳ କଳା ନୁହେଁ ,ଶୁଷ୍କ ମଧ୍ୟ ଦେଖାଯାଏ। ଓଠର ରଙ୍ଗ କଳା ହେବା ଦ୍ୱାରା ମହିଳା ମାନଙ୍କୁ ବହୁତ ଜାଗାରେ ନାନାକଥା ଶୁଣିବାକୁ ପଡିଥାଏ। ଯଦି ଆପଣଙ୍କ ଓଠର ରଙ୍ଗ କଳା ଓ ଆପଣ ଏହି ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କର କିଛି ଅଭ୍ୟାସ ବଦଳେଇବାକୁ ପଡିବ।
ଆମେ ଏବେ ଆପଣଙ୍କୁ ଏପରି କିଛି ଉପାୟ କହିବାକୁ ଚାହୁଁଛୁ ଯାହା କରିବା ଦ୍ୱାରା ଆପଣଙ୍କ ଓଠର କଳା ରଙ୍ଗ ଦୁର ହେବ ଏବଂ ପୁନଶ୍ଚ ଗୋଲାପି, ସୁନ୍ଦର ଏବଂ ଆକର୍ଷଣ ଦେଖାଯିବ।
ଶୁଷ୍କ ଚର୍ମ:
ଆମ ଓଠରେ ଶୁଷ୍କ ଚର୍ମ ବା ମୃତକୋଷ ଜମା ହୋଇକି ରହିଥାଏ । ଯାହାକୁ ହଟେଇବା ନିହାତି ଜରୁରୀ।ମୃତକୋଷ ଜମା ହେବାଦ୍ୱାରା ଓଠର ଚର୍ମ ଶୁଷ୍କ ଦେଖାଯାଏ। ଯାହାଦ୍ୱାରା ଓଠର ତ୍ୱଚା ଖରାପ ହେବାକୁ ଲାଗିଥାଏ। ଏଥିପାଇଁ ଆପଣ ପ୍ରତିଦିନ ଓଠକୁ ମସାଜ୍ କରିକି ଶୁଷ୍କ ଚର୍ମ ବା ମୃତକୋଷକୁ ବାହାର କରିଦିଅନ୍ତୁ।
ଲିପ୍ଷ୍ଟିକ:
ଲିପ୍ଷ୍ଟିକର ବହୁଳ ବ୍ୟବହାର କରିବା ଦ୍ୱାରା ଓଠର ରଙ୍ଗ କଳା ପଡିଯାଏ। ଲିପ୍ଷ୍ଟିକ ରାସାୟନିକ କେମିକାଲରୁ ପ୍ରସ୍ତୁତ ହେଇଥାଏ ଯାହା ଓଠକୁ ନଷ୍ଟ କରିଦେଇଥାଏ। ଖରାପ ଲିପ୍ଷ୍ଟିକ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥାଏ। ଏଥିପାଇଁ ଭଲ କ୍ୱାଲିଟିର ଲିପ୍ଷ୍ଟିକ ବ୍ୟବହାର କରନ୍ତୁ।
ଧୁମ୍ର ପାନ:
ଧୁମ୍ରପାନ କରିବା ଦ୍ୱାରା ଓଠର ରଙ୍ଗ କଳା ପଡିଯାଏ। ଅତ୍ୟାଧିକ ଧୁମ୍ରପାନ କରିବା ଦ୍ୱାରା ଓଠ ନଷ୍ଟ ହୋଇଯାଇଥାଏ। ଅତ୍ୟାଧିକ ଧୁମ୍ରପାନ କରନ୍ତୁ ନାହିଁ।
ପାଣି ପିଇବା :
ଶରୀରରେ ଜଳର ପରିମାଣ କମିଯିବା ଦ୍ୱାରା ଓଠର ରଙ୍ଗ କଳା ପଡିଥାଏ। ଏଥିପାଇଁ ଅଧିକ ପରିମାଣର ପାଣି ପିଅନ୍ତୁ। ଶୀତ ଋତୁରେ ଅତି କମ୍ରେ ୮ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ।
ଲିପ୍ ବାମ୍:
ଆପଣ ଲିପ୍ ବାମ୍ ବ୍ୟବହାର କରୁଥିଲେ ସର୍ବଦା ଧ୍ୟାନ ରଖନ୍ତୁ ଏହାର ଏକ୍ସପାୟାର ଡେଟ୍ ଅତିକ୍ରମ କରି ନଥାଉ। ନଚେତ୍ ଏହା ଆପଣଙ୍କ ଓଠକୁ ସୁନ୍ଦର ଏବଂ ଆକର୍ଷଣ କରିବା ବଦଳରେ କଳା,ଶୁଷ୍କ ଓ ଋକ୍ଷ କରିଦେବ।
Powered by Froala Editor