ଏହି ୪ଟି ଦିଗରେ ଖର୍ଚ୍ଚ କରନ୍ତୁ, ବଢିବ ଧନ
ଆଚାର୍ୟ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ଅମୂଲ୍ୟ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାକୁ ଅନୁସରଣ କରିବା ଦ୍ୱାରା ମଣିଷ ଜୀବନକୁ ସୁଖ, ଶାନ୍ତି ଆସିଥାଏ । ଏହି ନୀତିଶାସ୍ତ୍ରରେ ଧନ ବୃଦ୍ଧି ପାଇଁ କେଉଁ ଜିନିଷରେ ବ୍ୟକ୍ତିକୁ ଖର୍ଚ୍ଚ କରିବା ଉଚିତ୍ ବୋଲି ଚାଣକ୍ୟ କହିଛନ୍ତି ।
-ଲୋକମାନେ ପଇସା ଖର୍ଚ୍ଚ କରିବା ପୂର୍ବରୁ ଲାଭକ୍ଷତି ଦେଖିଥାନ୍ତି । କିନ୍ତୁ ଯେତେବେଳେ ଆପଣ ମନ୍ଦିର କିମ୍ବା ଧର୍ମାନୁଷ୍ଠାନରେ ଦାନ କରିବାକୁ ଯାଉଛନ୍ତି ।ଏଭଳି କଥା ଭାବନ୍ତୁ ନାହିଁ କାରଣ ଏହାଦ୍ୱରା ଘରେ ଦରିଦ୍ରତା ଆସିନଥାଏ ବରଂ ଇଶ୍ୱରଙ୍କ ଲାଭ ମିଳିଥାଏ ।
- ଯେଉଁ ବ୍ୟକ୍ତି କୁଷ୍ଠ ରୋଗୀର ସହାୟତା କରିଥାଏ, ତାଙ୍କର ଧନ ବଢିଥାଏ । କାରଣ କୁଷ୍ଠ ରୋଗୀ ଅଧିକ କଷ୍ଟ ସହିଥାନ୍ତି ତେଣୁ ସେମାନଙ୍କୁ ଆର୍ଥିକ ସହାୟତା କରିବା ଦ୍ୱାରା ସେମାନଙ୍କ ମନ ପ୍ରସନ୍ନ ହୋଇଥାଏ । ଫଳରେ ଅର୍ଥ ଦେଉଥିବା ବ୍ୟକ୍ତିଙ୍କ ଧନ ବୃଦ୍ଧି ହୋଇଥାଏ ।
-କୌଣସି ଅସହାୟ ବ୍ୟକ୍ତି କିମ୍ବା ଆର୍ଥିକ ସମସ୍ୟା ଯୋଗୁଁ ଶିକ୍ଷାଲାଭ କରି ପାରୁନଥିବା ବ୍ୟକ୍ତିଙ୍କୁ ଶିକ୍ଷିତ କରିବାକୁ ଟଙ୍କା ଖର୍ଚ୍ଚ କରନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ସେହି ବ୍ୟକ୍ତିଙ୍କ ଧନ ଲାଭ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି ।
-ଧର୍ମଶାଳା, କୂଅ, ସ୍କୁଲ, ଚିକôିସାଳୟ ଆଦି ନିର୍ମାଣ କରିବା ପାଇଁ ଆର୍ଥିକ ସହଯୋଗ କରୁଥିବା ବ୍ୟକ୍ତିଙ୍କ ପାଖରେ କେବେବି ଟଙ୍କା ପଇସର ଅସୁବିଧା ହୁଏ ନାହିଁ । ଏହି ଲୋକମାନଙ୍କୁ ଅନେକ ଆଶୀର୍ବାଦ ମିଳିଥାଏ । ଏହାଦ୍ୱାରା ଲୋକେ ବର୍ଷ ବର୍ଷ ଧରି ଉପକୃତ ହୋଇଥାନ୍ତି । ଏଥିପାଇଁ ସେହି ଲୋକଙ୍କଠାରେ କେବେବି ଧନର ଅଭାବ ଦେଖା ଯାଇନଥାଏ ।
Powered by Froala Editor