ହୋମ ଆଇସୋଲେସନ୍ ପାଇଁ ନୂଆ ଗାଇଡଲାଇନ୍ , ଜାଣନ୍ତୁ କ’ଣ
ଭୁବନେଶ୍ୱର: କରୋନା ପଜିଟିଭ୍ ଚିହ୍ନଟ ହେଲେ ସାତ ଦିନ ହୋମ ଆଇସୋଲେସନରେ ରହିବେ ସଂକ୍ରମିତ । ଯଦି କୌଣସି ଲକ୍ଷଣ ଦେଖାଯାଉ ନାହିଁ, ତେବେ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘରେ ସଙ୍ଗରୋଧ ରହିବା ନେଇ ଗାଇଡଲାଇନ୍ ଜାରି କରାଯାଇଛି ।
ସାମାନ୍ୟ ଲକ୍ଷଣ ଥିବା ଓ ଲକ୍ଷଣ ନଥିବା ବ୍ୟକ୍ତି ଟେଷ୍ଟିଂ ପରେ ହୋମ ଆଇସୋଲେସନରେ ରହି ପାରିବେ । ୬୦ବର୍ଷରୁ ଅଧିକ କିମ୍ବା ବହୁବିଧ ରୋଗାକ୍ରାନ୍ତଙ୍କ ସତ୍ତର୍କମୂଳକ ହୋମ ଆଇସୋଲେସନରେ ରହିପାରିବେ ।
ଟେଷ୍ଟ ପଜିଟିଭ୍ ଆସିବାର ୭ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିପାରିବେ । ୭ଦିନ କ୍ୱାରେଣ୍ଟାଇନ ମଧ୍ୟରେ ୩ଦିନ ଜ୍ୱର ନଆସିଲେ ହୋମ ଆରଇସୋଲେସନର ଅବଧି ସରିବ । ଏଥିସହ ପୁଣି ଟେଷ୍ଟ କରିବାର ଆବଶ୍ୟକତା ନାହିଁ । ଲକ୍ଷଣହୀନ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଆଦୌ ଟେଷ୍ଟ କରିବା ଦରକାର ନାହିଁ । କରୋନା ଭାରିଆଣ୍ଟ ଓମିକ୍ରନ ଦେଶରେ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । କିନ୍ତୁ ଏହାର ପ୍ରଭାବ ଦ୍ୱିତୀୟ ଲହର ତୁଳନାରେ କମ୍ ରହିଛି।
ଓମିକ୍ରନ ଡେଲ୍ଟା ଠାରୁ ସେତେଟା ପ୍ରଭାବଶାଳୀ ହୋଇନଥିବା ବିଶେଷଜ୍ଞ କହିଛନ୍ତି । ତେଣୁ ସାମ୍ଭାବ୍ୟ ତୃତୀୟ ଲହରରେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଲେ ମଧ୍ୟ ଅଧିକାଂଶ ଆକ୍ରାନ୍ତଙ୍କୁ ହସ୍ପିଟାଲ ଆସିବାକୁ ପଡୁନାହିଁ । ଏଭଳି ସ୍ଥିତିରେ ସୁରକ୍ଷିତ ରହିବା ପାଇଁ ମାସ୍କ ପରିଧାନର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।
Powered by Froala Editor