ସଫଳତା ଆଡକୁ ଆଉ ପାଦେ : ମଣିଷ ଦେହରେ ଲାଗିଲା ଘୁଷୁରୀ ହାର୍ଟ
ସଫଳତା ଆଡକୁ ଆଉ ପାଦେ ଆଗେଇଛନ୍ତି ଆମେରିକୀୟ ଡାକ୍ତର । ଆମେରିକୀୟ ଡାକ୍ତରୀଦଳ ଘୁଷୁରୀର ହୃଦୟକୁ ମାନବ ଶରୀରରେ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି। ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଘୁଷୁରୀ ହୃଦୟ ପ୍ରତିରୋପଣ କରାଯାଇଛି । ଜେନେଟିକ ରୂପାନ୍ତରିତ ପଦ୍ଧତିରେ ଏହାକୁ ସଫଳତାର ସହ ପ୍ରତିରୋପଣ କରାଯାଇଛି ।
ଶୁକ୍ରବାର ଅସ୍ତ୍ରୋପ୍ରଚାର କରାଯାଇଥିବାବେଳେ ଏହାର ସବିଶେଷ ତଥ୍ୟ ସୋମବାର ମେରିଲ୍ୟାଣ୍ଡ ୟୁନିଭରସିଟି ମେଡିକାଲ ସ୍କୁଲ ପ୍ରଦାନ କରିଛି । ମିଳିଥିବା ସୂଚନା ମୁତବାକ ଡେବିଟ ବେନେଟ ନାମକ ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିଥିଲେ । ପରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ଅପରେସନ ପୂର୍ବରୁ ଡେବିଟ କହିଥିଲେ, ମୋ ପାଖରେ ଦୁଇଟି ବିକଳ୍ପ ରହିଛି । ଆପଣ ମୋତେ ମାରିଦିଅନ୍ତୁ ନଚେତ, ମୋର ହାର୍ଟ ପ୍ରତିରୋପଣ କରନ୍ତୁ । ଅନ୍ଧାରରେ ବାଡି ବୁଲଇବା ଭଳି ମୁଁ ବଞ୍ଚୁଛି । କେଉଁ ମୂହୂର୍ତ୍ତରେ ମଧ୍ୟ ମୋର ମୃତ୍ୟୁ ଘଟିପାରେ ବୋଲି କହିଥିଲେ ଡେବିଟ ବେନେଟ୍ । ପୂର୍ବରୁ ହାର୍ଟ ବାଇପାସ ମେସିନ ସାହାରା ନେଇ ଡେବିଟ ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ଏଭଳି ଏକ ମାମଲା ମେଡିକାଲରେ ପହଁଚିବା ପରେ ଅମରଜେନ୍ସି ଅସ୍ତ୍ରୋପ୍ରଚାର ନେଇ ଫୁଡ୍ ଆଣ୍ଟ ଡ୍ରଗ୍ସ ଆଡିମିନଷ୍ଟ୍ରେସନର ଅନୁମତି ମଗାଯାଇଥିଲା । ପରେ ଆରମ୍ଭ ହୋଇଥିଲା ଅପରେସନ । ଅନୁମତି ମିଳିବା ପରେ ଅସ୍ତ୍ରୋପଚାର ସଂପନ୍ନ ହୋଇଥିଲା । ବେନେଟଙ୍କ ଡାକ୍ତରୀ ରେକର୍ଡକୁ ଦେଖିବା ପରେ ପାରମ୍ପାରିକ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କିମ୍ବା କୃତ୍ରିମ ହାର୍ଟ ପମ୍ପ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଜଣାପଡିଥିଲା । ଏହାପରେ ଘୁଷୁରୀ ହାର୍ଟ ‘ଏକମାତ୍ର ବିକଳ୍ପ’ ଥିଲା । ଘୁଷୁରୀ ହୃଦୟ ପ୍ରତିରୋପଣ କରାଯାଇଥିବା ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏବେ ତାଙ୍କୁ ହସ୍ପିଟାଲରେ ନିରୀକ୍ଷଣ ପାଇଁ ରଖାଯାଇଛି ।
ଏହି ଅସ୍ତ୍ରୋପଚାର ପାଇଁ ବ୍ଲାକ୍ସବର୍ଗସ୍ଥିତ ଏକ ରିଜେନେରେଟିଭ ଔଷଧ କମ୍ପାନୀ ରେଭିଭିକୋର୍ ଜେନେଟିକାଲି ମଡିଫାଏଡ ଘୁଷୁରୀ ହୃତପିଣ୍ଡ ଯୋଗାଇ ଦେଇଥିଲା । ସଂପ୍ରତି ଘୁଷୁରୀର କିଡନି, ଯକୃତ ଏବଂ ଫୁସଫୁସ ଆଦି ଅଙ୍ଗ ପ୍ରତ୍ୟଙ୍ଗ ମଣିଷ ଶରୀରରେ ପ୍ରତିରୋପଣ କରାଯାଇପାରିବ କି ନାହିଁ ତାହା ଉପରେ ଗବେଷଣା ଚାଲିଛି ।
Powered by Froala Editor