ଅନୁମତି ଦେଲେ ମହାରାଷ୍ଟ୍ର ସରକାର : ୫୦% ରେ ଚାଲିପାରିବ ଜିମ୍, ସେଲୁନ
ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଧିକ ରହିଛି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ନୂଆ ନୂଆ ଗାଇଡ ଲାଇନ ଜାରି କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରୟାସ କରୁଛନ୍ତି । ତେବେ ଶନିବାର ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ କିଛିଟା ପରିବର୍ତ୍ତନ କରାଯାଇଛି ।
ଗାଇଡ୍ଲାଇନ୍ ଅନୁଯାୟୀ ରାଜ୍ୟରେ ବ୍ୟୁଟି ସେଲୁନ୍ ଏବଂ ଜିମ୍ ଗୁଡ଼ିକୁ ୫୦ ପ୍ରତିଶତ କ୍ଷମତାରେ ଚାଲିବାକୁ ଅନୁମତି ଦେଇଛନ୍ତି। ଶନିବାର ପ୍ରକାଶିତ ପୂର୍ବ ନିର୍ଦ୍ଦେଶରେ ରାଜ୍ୟରେ ସମସ୍ତ ବ୍ୟୁଟି ସେଲୁନ ଗୁଡ଼ିକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେଲୁନ୍ ଗୁଡିକୁ ୫୦ ପ୍ରତିଶତ କ୍ଷମତାରେ ଚଲାଇବାକୁ ଅନୁମତି ଦେଇଥିଲେ । ସଂଶୋଧିତ ଗାଇଡ୍ଲାଇନ୍ରେ ରାଜ୍ୟ ସରକାର କହିଛନ୍ତି ଯେ, ବ୍ୟୁଟି ସେଲୁନ ଗୁଡିକ ସହ ଚୁଟି କାଟୁଥିବା ସେଲୁନ୍ ଗୁଡ଼ିକୁ ୫୦ ପ୍ରତିଶତରେ ସୀମିତ ରଖାଯାଇଛି। ସେହିପରି ଯେଉଁ କାର୍ଯ୍ୟକଳାପରେ ମାସ୍କ ଅପସାରଣ ଅନାବଶ୍ୟକ ସେସବୁ ମଧ୍ୟ ଚାଲିପାରିବ। ଏହାସହ କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ଲୋକଙ୍କୁ ଏଥିପାଇଁ ଅନୁମତି ମିଳିବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି। ଏହି ନୂତନ ନିୟମ ଆସନ୍ତକାଲିଠାରୁ ଲାଗୁ ହେବ।
Powered by Froala Editor