ବେଦାଗ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଚାଉଳ ଚୂନା ଫେସପ୍ୟାକ
ନୂତନ ବର୍ଷର ଆରମ୍ଭ ହୋଇଯାଇଛି, ଯୁବପୀଢ଼ିଙ୍କ ଠାରୁ ନେଇ ବୟସ୍କ ଲୋକଙ୍କ ମଧ୍ୟରେ ଭରିରହିଛି ବହୁ ଉସôହ ଓ ଆନନ୍ଦ । ଏହି ସମୟରେ କରୋନା କଟକଣା କୁ ଅବଲମ୍ବନ କରି ପାରିବାରିକ ଭୋଜି ସାଙ୍ଗ ସାଥିଙ୍କ ମଧ୍ୟରେ ସେଲିବ୍ରେସନ ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳି ସହ ବିବାହ ଉସôବ ରେ ଯୋଗ ଦେବା ମଧ୍ୟ ଚାଲିଛି । ଏହି ସମୟରେ ସମସ୍ତଙ୍କର ଇଛା ଟିକେ ସୁନ୍ଦର ଦେଖାଯିବା, କିନ୍ତୁ ଶୀତର ପ୍ରକୋପ ହେତୁ ଅଧିକ ମେକଅପ ସ୍କିନ୍ କୁ ଡ଼୍ରାଏ ଓ ରୁକ୍ଷ କରିଥାଏ । ତ୍ୱଚା ପାଇଁ ସବୁବେଳେ ଘରୋଇ ଉପଚାର ଅତ୍ୟନ୍ତ ଉପକାରୀ ହୋଇଥାଏ । ଯଥାସମ୍ଭବ ତ୍ବଚାକୁ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରଖିବା ଉଚିତ୍ । ତେବେ ତ୍ବଚାରେ ପ୍ରାକୃତିକ ଚମକ,ବେଦାଗ ତ୍ବଚା କରିବାକୁ ଚାହିଁଥିଲେ, ଏଥିପାଇଁ ବେଶ ଲାଭଦାୟକ ଚାଉଳ ଚୂନା ଫେସପ୍ୟାକ୍ । ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଚାଉଳ ଚୂନା ଫେସପ୍ୟାକର ପ୍ରସ୍ତୁତି ଓ ବ୍ୟବହାର ସମ୍ପର୍କରେ ।
ଚାଉଳ ଚୂନାରେ ଅଳ୍ପ ବେସନ,ଗୋଲାପ ଜଳ ଏବଂ ଚିନି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ତାକୁ ନେଇ ତ୍ବଚାରେ ଲଗାଇ, ଶୁଖିବା ଯାଏ ଛାଡିବେ । ଏହା ଶୁଖିବା ପରେ, ଧିରେଧିରେ ମସାଜ କରି ଧୋଇବେ । ଏପରି କରିବା ଦ୍ବାରା, ଏହା ତ୍ବଚାକୁ ବେଦାଗ କରିବାରେ ସାହାଯ୍ୟ କରେ ।
-ଚାଉଳ ଚୂନାରେ ମହୁ, ଅଣ୍ଡାର କେବଳ ଧଳା ଅଂଶକୁ ଏକାଠି ପକାଇ ମିକ୍ସ କରିବେ । ତାପରେ ଏହି ମିଶ୍ରଣକୁ ନେଇ ତ୍ବଚାରେ ଲଗାଇ, ଶୁଖିବାକୁ ଛାଡିବେ । ଏହା ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ସଫା କରିବେ । ଏପରି କରିବା ଦ୍ବାରା, ଏହା ତ୍ବଚାରେ ପ୍ରାକୃତିକ ଚମକ ଆଣିବାରେ ସାହାଯ୍ୟ କରେ ।
-ଟମାଟୋ ରସରେ ଚାଉଳ ଚୂନା ମିଶାଇ, ତ୍ବଚାରେ ଲଗାଇବା ଦ୍ବାରା, ଏହା ତ୍ବଚାକୁ ମୁଲାୟମ କରିବା ସହିତ ବେଦାଗ କରିଥାଏ ।
Powered by Froala Editor