ଦେଶରେ ୮,୭୭୪ ଆକ୍ରାନ୍ତ ଚିହ୍ନଟ, ୬୨୧ ମୃତ
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୮ ହଜାର ୭୭୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨୧ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ ୯ ହଜାର ୪୮୧ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୫ ଲକ୍ଷ ୭୨ ହଜାର ୫୨୩ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୮ ହଜାର ୫୫୪ରେ ପହଞ୍ଚିଛି । ଦେଶରେ ମୋଟ ୧ ଲକ୍ଷ ୫ ହଜାର ୬୯୧ ଟି ସକ୍ରିୟ ମାମଲା ରହିଛି, ଯାହାକି ୫୪୩ ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ଅନ୍ୟପଟେ ଦେଶବ୍ୟାପୀ ଏପର୍ୟ୍ୟନ୍ତ ୧୨୧ କୋଟି ୯୪ ଲକ୍ଷ ୭୧ ହଜାର ୧୩୪ ଟୀକାକରଣ ସରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
Powered by Froala Editor