୬ରେ ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି
ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ୬ ତାରିଖରେ ଭାରତ ଗସ୍ତରେ ଆସିବେ । ପୁଟିନ ଭାରତ-ରୁଷିଆ ମଧ୍ୟରେ ୨୧ତମ ଶିଖର ବାର୍ତ୍ତା ପାଇଁ ୬ ଡିସେମ୍ବରକୁ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ସାକ୍ଷାତ୍ କରିବେ । କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ଦୁଇ ନେତାଙ୍କର ଏହା ପ୍ରଥମ ସାକ୍ଷାତ୍କାର ହେବ ।
ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି । ୬ ଡିସେମ୍ବର ୨୦୨୧ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆଦିଲ୍ଲୀରେ ପହଞ୍ଚିବେ । ଭାରତ-ରୁଷିଆ 'ଟୁ-ପ୍ଲସ-ଟୁ' ବୈଠକ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ ସ୍ତରୀୟ ସମ୍ବାଦର ପ୍ରଥମ ସଂସ୍କରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ଶିଖର ବୈଠକ ସହ ଆୟୋଜିତ କରାଯିବ । ଭାରତ ଓ ରୁଷିଆ ମଧ୍ୟରେ ପ୍ରଥମ ଟୁ-ପ୍ଲସ-ଟୁ ବୈଠକ ୬ ଡିସେମ୍ବରକୁ ଆୟୋଜିତ ହେବ ।
ଶେଷଥର ପାଇଁ ୨୦୧୯ରେ ବ୍ରାଜିଲ୍ରେ ଉଭୟ ନେତା ବ୍ରିକ୍ସ ସମ୍ମିଳନୀରେ ପରସ୍ପରକୁ ଭେଟିଥିଲେ। ଏହାପର ଠାରୁ କରୋନା ପାଇଁ ସବୁ କିଛି ଆଲୋଚନା ଭର୍ଚ୍ୟୁଆଲ ମାଧ୍ୟମରେ ହେଉଥିଲା।
Powered by Froala Editor