ଜାନୁଆରୀ ୧ରୁ ବଢିବ ପୋଷାକ ଓ ଜୋତା ଦାମ୍
୨୦୨୨ ପ୍ରଥମ ମାସରୁ ମହଙ୍ଗା ହେବ ପୋଷାକ, ଟେକ୍ସଟାଇଲ୍ସ ଓ ଫୁଟ୍ୱେର୍ । ସରକାର ଏହିସବୁ ସାମଗ୍ରୀ ଉପରେ ସେବା ଟିକସକୁ ୫% ରୁ ୧୨% କୁ ବୃଦ୍ଧି କରିଛନ୍ତି । (ସିବିଆଇସି) ନଭେମ୍ବର ୧୮ ରେ ଏହା ଘୋଷଣା କରିଛି । ସଂପ୍ରତି ୧ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ପୋଷାକ ଉପରେ ୫% ଟିକସ ଲାଗୁ କରାଯାଉଛି ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି ଯେ, ସଂପ୍ରତି ପୋଷାକ ଓ ଜୋତା ଚପଲ ଉପରେ ୫% ଜିଏସଟି ଲାଗୁ କରାଯାଉଥିବାବେଳେ ୨୦୨୨ ଜାନୁଆରୀ ପହିଲାରୁ ତାହା ୧୨%କୁ ବୃଦ୍ଧି କରାଯିବ । ଅନ୍ୟପକ୍ଷରେ କେତେକ ସିନ୍ଥେଟିକ ସୂତା ଏବଂ କପଡା ଉପରେ ଜିଏସଟି ହାର ୧୮%ରୁ ୧୨%କୁ ହ୍ରାସ କରାଯାଇଛି ।
ଅନ୍ୟପକ୍ଷରେ ଭାରତର ପୋଷାକ ଉତ୍ପାଦନକାରୀ ସଂଘ ପୋଷାକ ଉପରେ ଏଭଳି ବର୍ଦ୍ଧିତ ଟିକସ ହାରକୁ ନେଇ ନାରାଜ ଭାବ ବ୍ୟକ୍ତ କରିଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ଉତ୍ପାଦନକାରୀମାନେ ମୁଦ୍ରାସ୍ପୀତିଜନିତ ଚାପର ସମ୍ମୁଖୀନ ହେଉଥିବା ଏବଂ କଞ୍ଚାମାଲ, କପଡା, ସୂତା, ପ୍ୟାକିଂ ସାମଗ୍ରୀ ଓ ପରିବହନ ଆଦି ଖର୍ଚ୍ଚ ବୃଦ୍ଧିପାଇଥିବାବେଳେ ବର୍ଦ୍ଧିତ ଜିଏସଟି ପୂର୍ବରୁ ପୋଷାକ ମୂଲ୍ୟ ୧୨ରୁ ୧୫% ବୃଦ୍ଧିପାଇବା ଆଶା କରାଯାଉଥିଲା । ଏବେ ବର୍ଦ୍ଧିତ ଜିଏସଟି କାରଣରୁ ପୋଷାକ ମୂଲ୍ୟ ଅଧିକ ବୃଦ୍ଧି ଘଟିବା ଆଶା କରାଯାଉଛି ।
Powered by Froala Editor