ଜାମ୍ମୁ କାଶ୍ମୀରରେ କଂଗ୍ରେସକୁ ଝଟକା : ଦଳ ଛାଡ଼ିଲେ ବଡ଼ ବଡ଼ ନେତା
ଜାମ୍ମୁ କାଶ୍ମୀରରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଗୋଷ୍ଠୀ ସହିତ ଜଡିତ କଂଗ୍ରେସର ବରିଷ୍ଠ ନେତାମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବତନ ବିଧାୟକ ଜିଏମ୍ ସରୁରୁ, ବିକାର ରସୁଲ ୱାନି, ଜୁଗଲ କିଶୋର ଶର୍ମା, ମନୋହର ଲାଲ ଶର୍ମା, ନରେଶ ଗୁପ୍ତା, ଗୁଲାମ ନବି ମୋଙ୍ଗା, ସୁଭାଷ ଗୁପ୍ତା, ଅମିନ ଭଟ୍ଟ, ଅନୱର ଭଟ୍ଟ, ଇନାୟତ ଅଲି ଏବଂ ଅନ୍ୟ ବଡ ନେତାମାନେ ସାମିଲ ଅଛନ୍ତି। ଏମାନେ ନିଜ ନିଜ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରହୁଲ ଗାନ୍ଧି ଏବଂ ଜାମ୍ମୁ କାଶ୍ମୀରର ପ୍ରଭାରୀ ରଜନୀ ପାଟିଲଙ୍କ ନିକଟକୁ ପଠାଇଛନ୍ତି।
ସମସ୍ତେ ରାଜ୍ୟ କଂଗ୍ରେସ ସଭାପତି ଗୁଲାମ ଅହମନ ମୀରଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ଇସ୍ତଫା ପତ୍ରରେ କୁହାଯାଇଛି ଯେ, ମୀରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କ୍ରମାଗତ ଭାବେ ପଛରେ ରହିଛି । କ୍ରମାଗତ ଅଣାଦେଖା କରାଯାଉଥିବାରୁ ଅନେକ ନେତା ଇସ୍ତଫା ଦେଇଛନ୍ତି।
Powered by Froala Editor