ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ମନୋନୀତ
ନୂଆଦିଲ୍ଲୀ: ଗତକାଲି ଜାତୀୟ କ୍ରୀଡା ପୁରସ୍କାର ଘୋଷଣା ହୋଇଛି । ଯେଉଁଥିରେ ଓଡିଶା ପାଇଁ ଖୁସି ଖବର ରହିଛି । ଓଡିଶାରୁ ପ୍ରଥମ ଥର ପାଇଁ ଏକାଥରେ ୩ ଜଣଙ୍କ ନାଁ ଏଥିରେ ମନୋନୀତ କରାଯାଇଛି । ଖେଳରନô ପାଇଁ ପ୍ରମୋଦ ଭଗତଙ୍କ ନାଁ ମନୋନୀତ କରାଯାଇଥିବା ବେଳେ ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମନୋନୀତ କରାଯାଇଛି । ଚଳିତ ମାସ୧୩ ତାରିଖରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ବିତରଣ ଅନୁଷ୍ଠିତ ହେବ ।
ଖେଳରତ୍ନ ପୁରସ୍କାର ତାଲିକାରେ ସାମିଲ ଥିବା ଅନ୍ୟ ନାମୀ ଖେଳାଳିଙ୍କ ମଧ୍ୟରେ, ଅଲମ୍ପିକ୍ ଚାମ୍ପିୟନ ନୀରଜ ଚୋପ୍ରା ଓ ସିଲଭର ମେଡାଲିଷ୍ଟ ରବି ଦହିୟା ଅଛନ୍ତି । ବିରେନ୍ଦ୍ର ଓ ଅମିତଙ୍କ ସମେତ ମୋଟ ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । ୧୩ ତାରିଖ ଅପରାହ୍ନ ୪ଟା ୩୦ରେ ପୁରସ୍କାର ପ୍ରଦାନ ଉସôବ ଅନୁଷ୍ଠିତ ହେବ । ଗତବର୍ଷ କୋଭିଡ ମହାମାରୀ ହେତୁ ଏହା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ବୀରେନ୍ଦ୍ର ଓ ଅମିତଙ୍କ ପୂର୍ବରୁ ୯ଜଣ ଓଡିଆ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି । ଏଥିପାଇଁ ଓଡିଶାରେ ଖୁସିର ଲହରୀ ଖେଳିଯାଇଛି ।
Powered by Froala Editor