ଗିରଫ ହେଲେ କିରନ ଗୋସାଭି

ମୁମ୍ବାଇ: କିରଣ ଗୋସାଭିଙ୍କୁ ପୁଲିସ ଗିରଫ କରିଛି। ଗୋସାଭି କିଛି ଦିନ ହେଲା ଫେରାର ଥିଲେ। ମୁମ୍ବାଇ ଡ୍ରଗ୍ସ ପାର୍ଟିରେ ଚଢାଉ ବେଳେ ଆର୍ଯ୍ୟନ୍ ଖାନ୍ଙ୍କ ହାତ ଧରି ନେଇଯାଉଥିବା ଏବଂ ତାଙ୍କ ସହ ସେଲ୍ଫି ଉଠାଇଥିବା ବ୍ୟକ୍ତି କିରଣ ଗୋସାଭିଙ୍କୁ ଆଜି ପୁନେ ପୁଲିସ ଗିରଫ କରିଛି। ମହାରାଷ୍ଟ୍ର ପୁନେ ପୁଲିସ୍ ଗୋସାଭିଙ୍କୁ ନିଜ ହେପାଜତରେ ରଖିଛି। ଆଜି ଏନେଇ ସୂଚନା ଦେଇଛନ୍ତି ପୁଣେ ପୁଲିସ୍ କମିଶନର ଅମିତାଭ ଗୁପ୍ତା।
ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ପ୍ରଭାକର ସେଲ ଅଭିଯୋଗ କରିଥିଲେ ଯେ, ଆରୟନଙ୍କୁ ଛାଡିବା ଲାଗି କିରଣ ଗୋସାଭି ଡିଲ କରିଥିଲେ। ପ୍ରଭାକର ନିଜକୁ ଗୋସାଭିର ବଡିଗାର୍ଡ ବୋଲି ଦାବି କରୁଛନ୍ତି। ପ୍ରଭାକର କହିଥିଲେ, ପାର୍ଟିରେ ରେଡ ସମୟରେ ସେ ଗୋସାଭିଙ୍କ ସହ ଥିଲେ।
ଅନ୍ୟପଟେ ୨୦୧୮ରେ କିରଣ ଏବଂ ଶେରବାନୋ କୁରେଶି ନାମକ ଜଣେ ବ୍ୟକ୍ତି ପୁଣେର ଚିନ୍ମୟ ଦେଶମୁଖ ନାମକ ଜଣେ ଯୁବକଙ୍କୁ ମାଲେସିଆରେ ଚାକିରି କରାଇଦେବାକୁ କହି ତାଙ୍କୁ ଠାରୁ ୩ ଲକ୍ଷ ଟଙ୍କା ଠକି ନେଇ ଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଣେ ପୁଲିସ ପୂର୍ବରୁ ଶରବାନୋ କୁରେଶିଙ୍କୁ ମୁମ୍ବାଇରୁ ଗିରଫ କରିସାରିଥିବା ବେଳେ ଆଜି ଗୋସାଭିଙ୍କୁ ଗିରଫ କରାଯାଇଛି।
Powered by Froala Editor