ନୂଆ ସୋସିଆଲ୍ ମିଡିଆ ଆପ୍ ‘ହୁଟେ’ ଶୁଭାରମ୍ଭ କଲେ ରଜନୀକାନ୍ତ, ଜାଣନ୍ତୁ କ’ଣ ରହିଛି ସୁବିଧା...

ନୂଆଦିଲ୍ଲୀ: ଟଲିଉଡ୍ ସୁପରଷ୍ଟାର ରଜନୀକାନ୍ତ ଏକ ନୂଆ ସୋସିଆଲ୍ ମିଡିଆ ଆପ୍ର ଶୁଭାରମ୍ଭ କରିଛନ୍ତି । ଏହାର ନାମ ରହିଛି ହୁଟେ (Hoote) । ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟ ଏହାର ପ୍ରତିଷ୍ଠାତା ରହିଛନ୍ତି । ହୁଟି ଏକ ଭଏସ୍ ଆଧାରିତ ସୋସିଆଲ୍ ମିଡିଆ ଆପ୍ । ଯେଉଁଥିରେ ଆପଣ ଭାବନାକୁ ପ୍ରକାଶ କରିପାରିବେ । ନିଜର ପୋଷ୍ଟକୁ ଆହୁରି ଚିତାକର୍ଷକ କରିବା ପାଇଁ ଆପଣ ଏଥିରେ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ମଧ୍ୟ ବ୍ୟବହାର କରିପାରିବେ । ଏହି ଆପ୍ ତାମିଲ, ହିନ୍ଦୀ, ତେଲୁଗୁ, ମରାଠୀ, ମାଲାୟାଲମ୍, କନ୍ନଡ, ବଙ୍ଗାଳୀ ଏବଂ ଗୁଜୁରାଟୀ ସହିତ ୮ଟି ଭାରତୀୟ ଭାଷା ଏବଂ ୩ଟି ଆନ୍ତର୍ଜାତୀୟ ଭାଷାକୁ ସପୋର୍ଟ କରେ ।
Hoote app ଗୁଗୁଲ୍ ପ୍ଲେ ଷ୍ଟୋରରେ ମାଗଣା ଡାଉନଲୋଡ୍ ପାଇଁ ଉପଲବ୍ଧ । ଏହି ଆପ୍ ପ୍ରଥମେ ଆପଣଙ୍କୁ ଭାରତୀୟ କିମ୍ବା ଆନ୍ତର୍ଜାତୀୟ ଭାଷା ବାଛିବା ପାଇଁ କହିଥାଏ, ତାପରେ ଆପଣଙ୍କୁ ସିଧାସଳଖ ପଞ୍ଜୀକରଣ ପ୍ରକ୍ରିୟାକୁ ନେଇଯାଏ । ଏହି ଆପ୍ ଆପଣଙ୍କୁ ସୁପରଷ୍ଟାର ରଜନୀକାନ୍ତ, ଗୌତମ ଗମ୍ଭୀରଙ୍କ ପରି ସେଲିବ୍ରିଟି, ନ୍ୟୁଜ୍ ଚ୍ୟାନେଲ, ରାଜନେତା ଏବଂ ଫ୍ୟାନ୍ସ ପେଜକୁ ଫଲୋ କରିବାକୁ ସୁବିଧା ଦେଇଥାଏ । ଆପଣ ଯାହାକୁ ଅନୁସରଣ କରିବେ, ତାଙ୍କର Hoote ପୋଷ୍ଟଗୁଡିକ ଆପଣଙ୍କୁ ଦେଖାଯିବ।
Hoote ଆପରେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଏକ ଭଏସ୍ ନୋଟ୍ ପଠାଇବାକୁ ସୁବିଧା ପାଇବେ । ଥରେ ରେକର୍ଡିଂ ସଂପୂର୍ଣ୍ଣ ହୋଇଗଲେ, ୟୁଜର୍ସ ପୋଷ୍ଟରେ କ୍ୟାପସନ୍, ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ଏବଂ ଇମେଜ୍ ଯୋଡି ପାରିବେ । ଅନେକ ସଂଗୀତ ବାଛିବା ପାଇଁ ବିକଳ୍ପ ଦିଆଯାଇଛି । ସଂଗୀତ ଚୟନ କରିବା ପରେ ଏହାର ପ୍ରୀଭ୍ୟୁ ମଧ୍ୟ ଶୁଣିପାରିବେ ।
ପୋଷ୍ଟର କ୍ୟାପସନ୍ ୧୨୦ ଶବ୍ଦ କିମ୍ବା ତା'ଠାରୁ କମ୍ ହେବା ଜରୁରୀ । ୟୁଜର୍ସ ପ୍ରୋଫାଇଲ୍ ଆଇକନ୍ ଉପରେ ଟ୍ୟାପ୍ କରି ସହଜରେ ସେମାନଙ୍କର ହୁଟ୍ ପୋଷ୍ଟଗୁଡିକ ଡିଲିଟ୍ ବି କରିପାରିବେ ।
Powered by Froala Editor