ବାପାର ମୃତଦେହ ଆଗରେ ଫଟୋ ପୋଜ୍ ଦେଇ ଟ୍ରୋଲ ହେଲେ ଯୁବତୀ
ଘରେ କାହାର ମୃତ୍ୟୁ ଘଟିଲେ ସମସ୍ତେ ଦୁଃଖରେ ଭାଙ୍ଗି ପଡନ୍ତି । କିନ୍ତୁ ଜଣେ ଯୁବତୀ ନିଜ ବାପାଙ୍କ ମରଶରୀର ଆଗରେ ଗ୍ଲାମରସ୍ ପୋଜ ଦେଇ ଫଟୋ ସୁଟ୍ କରିଛନ୍ତି । ଏହି ଫଟୋ ଭାଇରଲ ହେବା ପରେ ଅନେକ ଲୋକ ଟ୍ରୋଲ କରିବା ସହିତ ଯୁବତୀଙ୍କୁ ନିନ୍ଦା କରିଛନ୍ତି ।
ଯୁବତୀ ଜଣକ ଆମେରିକୀୟ । ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । ଏକ କଫିନରେ ମୃତଦେହ ରଖାଯାଇଥିଲା । ଆଖପାଖ ଲୋକ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରୁଥିଲେ । କିନ୍ତୁ ଯୁବତୀ ଏକ ବ୍ଲାକ୍ ଡ୍ରେସ ପିନ୍ଧି ମରଶରୀର ପାଖରେ ଫଟୋ ପୋଜ୍ ଦେଉଥିଲେ । ଏହି ଫଟୋ ଦେଖି ୟୁଜର୍ସ ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଯୁବତୀଙ୍କୁ ଏଭଳି କରିବା ଶୋଭା ଦେଉ ନାହିଁ ବୋଲି କିଛି ୟୁଜର୍ସ କହିଛନ୍ତି। ତେବେ ଏ ନେଇ ଯୁବତୀ ଜଣଙ୍କର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳି ପାରିନାହିଁ।
Powered by Froala Editor