ଅଗ୍ନିକାଣ୍ଡରେ ଜଳିଗଲେ ପରିବାରର ୪ ସଦସ୍ୟ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି । ବିଦ୍ୟୁତ୍ ସଟ୍ସର୍କିଟ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ଭୋର ପ୍ରାୟ ୪ଟା ବେଳେ ସୀମାପୁରରେ ଥିବା ଏକ ଫ୍ଲାଟ୍ରୁ ପ୍ରବଳ ଧୂଆଁ ବାହାରି ଥିଲା । ଏନେଇ ପଡ଼ୋଶୀ ତୁରନ୍ତ ଅଗ୍ନିଶମ ବାହିନୀକୁ ଫୋନ୍ କରି ଜଣାଇ ଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । ୪ଟି ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଚେଷ୍ଟା କରିବା ପରେ ନିଆଁ ଆୟତ୍ତ ହୋଇଥିଲା । ତଲାସୀ ବେଳେ ଏକ କୋଠରୀରେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି ।
Powered by Froala Editor