ଚାକିରୀ ହରାଇବା ପ୍ରତିବାଦ: ରାସ୍ତାରେ ପୋଷାକ ଖୋଲିଦେଲେ ବିମାନ ପରିଚାଳିକା

ଚାକିରୀ ହରାଇବା ଓ ଦରମା କାଟକୁ କେନ୍ଦ୍ର କରି ରାସ୍ତାରେ ସ୍ତବ୍ଧ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଲିଟାଲିଆ ଏୟାରଲାଇନର ବିମାନ ପରିଚାଳିକାମାନେ ପୋଷାକ ଓହ୍ଲାଇ ପ୍ରତିବାଦ କରିଛନ୍ତି ।
ସୂଚନା ଅନୁଯାୟୀ, ଅଲିଟାଲିୟା ଏୟାରଲାଇନ ବିଭାଜିତ ହୋଇ ଆଇଟିଏ ଏୟାରଲାଇନରେ ରୂପାନ୍ତରିତ ହୋଇଥିଲା । ଏହି ପ୍ରକ୍ରିୟାରେ କିଛି ବିମାନ ପରିଚାଳିକା ଚାକିରୀ ହରାଇଥିଲେ । ସେହିଭଳି ଅନ୍ୟ କିଛି ପରିଚାଳିକାଙ୍କର ଦରମା କାଟ୍ ହୋଇଥିଲା । ନୂତନ ଭାବେ ଗଢିଥିବା କମ୍ପାନୀର ନିଷ୍ପତ୍ତିକୁ ବିରୋଧ କରି ବିମାନ ପରିଚାଳିକା ପୋଷାକ ଖୋଲିଥିଲେ ସୁଦ୍ଧା ସମ୍ପୁର୍ଣ୍ଣ ନିର୍ବସ୍ତ୍ର ନହୋଇ ପ୍ରତିବାଦ କରିବାରେ ନଜର ଆସିଥିଲେ । ଇଟାଲୀର ରାଜଧାନୀ ରୋମର ଟାଉନ୍ ହଲ୍ ସାମ୍ନାରେ ୫୦ରୁ ଅଧିକ ବିମାନ ପରିଚାଳିକାମାନେ ପୋଷାକ ଓହ୍ଲାଇ ଏଭଳି ପ୍ରତିବାଦ କରିଥିଲେ ।
Powered by Froala Editor