ଲା ନିନା ପ୍ରଭାବ: ଏଥର ଜାଡ଼ରେ ଥରିବ ଉତ୍ତର ଭାରତ

ପ୍ରଶାନ୍ତ ମହାସାଗରରେ ଲା ନିନା ହେତୁ ଉତ୍ତର ଭାରତରେ ଏଥର ହାଡଭଙ୍ଗା ଜାଡ ହେବ । ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରି ଏବଂ ଫେବୃଆରିରେ ଉତ୍ତର ଭାରତର କେତେକ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଉତ୍ତର ଭାରତର କେତେକ ସ୍ଥାନରେ ପାରଦ ୩ ଡିଗ୍ରି ସେଲସିୟସକୁ ଖସିପାରେ।
ରବିବାର ଦିନ ତୁଷାରପାତ ହେତୁ ହିମାଚଳ ପ୍ରଦେଶର ଲାହୋଲ-ସ୍ପିତି ଏବଂ କେଲାଙ୍ଗ ପରି କିଛି ସ୍ଥାନରେ ତାପମାତ୍ରା ଶୂନରୁ କମ୍ ହୋଇସାରିଛି। ଆଇଏମଡି ତଥ୍ୟ ଅନୁଯାୟୀ, ଶିମଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।
ପ୍ରବଳ ବର୍ଷା ଏବଂ ମୌସୁମୀ ବିଳମ୍ବରେ ପ୍ରତ୍ୟାବର୍ତ୍ତନ ଯୋଗୁଁ ଲା ନିନା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି । ବଙ୍ଗୋପସାଗର ଏବଂ ଆରବ ସାଗରର ଉତ୍ତାପ ଏକ ସାଇକ୍ଲୋନିକ୍ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଫଳରେ ଲାନିନା ପରିସ୍ଥିତି ସୃଷ୍ଟି ହୁଏ ବୋଲି କୁହାଯାଇଛି।
Powered by Froala Editor