ଯୁବପିଢିଙ୍କ ସହ କଥା ହେବାକୁ ବୁଲେଟ ସିଲ୍ଡ ହଟାଇଲେ ଶାହା

ଜମ୍ମୁ କଶ୍ମୀରିରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ୩ ଦିନିଆ ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ ସେର ଇ କଶ୍ମୀର ଇଣ୍ଟରନ୍ୟାସପାଲ କନଭେନ୍ସନ୍ରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ। ତେବେ ସେଠାରେ ସୁରକ୍ଷା ଦୃଷ୍ଟିରୁ ପୋଡ଼ିୟମ ଚାରିପଟେ ବୁଲେଟ୍ ପ୍ରୁଫ ସିଲଡ୍ ଆବଦ୍ଧ କରାଯାଇଥିଲା। କିନ୍ତୁ ଅମିତ ଶାହ ଏହି ବୁଲେଟ୍ ପ୍ରୁଫ୍ ସିଲଡ୍କୁ ହଟେଇ ଦେବା ପାଇଁ କହିଥିଲେ। ଶାହ କହିଥିଲେ ଯେ ମୁଁ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବାକୁ ଚହୁଁଛି। ଏହାପରେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଯୁବପିଢ଼ିଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ଶାହ କହିଥିଲେ ଯେ, ପାକିସ୍ତାନ ସହ କଥା ହେବାକୁ ମୋତେ ଫାରୁକ ଅବଦୁଲ୍ଲା ପ୍ରସ୍ତାବ ଦେଇଥଲେ। ହେଲେ ମୁଁ ଏଠିକାର ଯୁବପିଢିଙ୍କ ସହ ଆଲୋଚନା କରିବାକୁ ଆସିଛି ବୋଲି ସେ କହିଛନ୍ତି । ଗତକାଲି ଅମିତ ଶାହ କହିଥିଲେ ଯେ, ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଥିବା ବିକାଶର ଯୁଗକୁ କେହି ଅଟକାଇ ପାରିବେ ନାହିଁ। ଏହା ହେଉଛି ମନ୍ଦିରର ଭୂମି, ମାତା ବୈଷ୍ନୋଦେବୀ ଏବଂ ପ୍ରେମନାଥ ଡୋଗ୍ରାଙ୍କର ଭୂମି । ଏହି ମାଟି ପାଇଁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଅବିସ୍ମରଣୀୟ। ଜମ୍ମୁ କଶ୍ମୀରରେ ଶାନ୍ତି ସଫଳ ହେବ ବୋଲି ସେ କହିଛନ୍ତି।
ଜମ୍ମୁ ଲୋକଙ୍କ ପ୍ରତି ଅନ୍ୟାୟର ସମୟ ସମାପ୍ତ ହୋଇଛି। ବର୍ତ୍ତମାନ କେହି ଆପଣଙ୍କ ପ୍ରତି ଅନ୍ୟାୟ କରିପାରିବେ ନାହିଁ। ମୁଁ ଆପଣଙ୍କୁ ଆଶ୍ୱସନା ଦେଉଛି ଯେ, ଏଠି କେହି ବିକାଶ ଯୁଗକୁ ଅଟକେଇ ପାରିବେ ନାହିଁ ବୋଲି କହିଥିଲେ ଶାହ। ଦୁଇ ବର୍ଷ ମଧ୍ୟରେ ଜମ୍ମୁ ସହର ଏବଂ ଶ୍ରୀନଗରରେ ମେଟ୍ରୋ ସେବା ଆରମ୍ଭ ହେବ । ଜମ୍ମୁ ବିମାନବନ୍ଦରର ସମ୍ପ୍ରସାରଣ କରାଯିବ ଏବଂ ଜମ୍ମୁ କଶ୍ମୀରର ପ୍ରତ୍ୟେକ ଜିଲ୍ଲାରେ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ଶାହ।

Powered by Froala Editor