ଲିଟର ପିଛା ୧୦ ଟଙ୍କା ୪୯ ପଇସା ପେଟ୍ରୋଲ ଦର ବୃଦ୍ଧି, ଜାଣନ୍ତୁ କେଉଁଠି
ଇସଲାମାବାଦ: ପାକିସ୍ତାନ ସରକାର ଆଜି ପେଟ୍ରୋଲ ଦାମ ଲିଟର ପିଛା ୧୦ ଟଙ୍କା ୪୯ ପଇସା ବଢ଼ାଇଛନ୍ତି । ହାଇସ୍ପିଡ୍ ଡିଜେଲ ଦାମ ଲିଟର ପିଛା ୧୨ ଟଭ୍କା ୪୪ ପଇସା ବୃଦ୍ଧି କରିଛନ୍ତି । ଏଥିଯୋଗୁ ପାକିସ୍ତାନରେ ଲିଟର ପିଛା ପେଟ୍ରୋଲ ଦର ୧୩୭ ଟଙ୍କା ୭୯ ପଇସା ଏବଂ ହାଇସ୍ପିଡ୍ ଡିଜେଲ ଦାମ ୧୩୪ ଟଙ୍କା ୪୮ ପଇସାରେ ପହଞ୍ଚିଛି । କିରାସିନି ଏବଂ ଲାଇଟ୍ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୧୦ ଟଙ୍କା ୯୫ ପଇସା ଏବଂ ୮ ଟଙ୍କା ୮୪ ପଇସା ମହଙ୍ଗା ହୋଇଛି । ପାକିସ୍ତାନରେ ସମ୍ଭବତଃ ପ୍ରଥମ ଥର ପାଇଁ ଉପରୋକ୍ତ ୪ଟି ପେଟ୍ରୋଲିୟମ ଉପôାଦ ଦର ୧୦୦ ଟଙ୍କାରୁ ଅଧିକ ରହିଛି ବୋଲି କୁହାଯାଉଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚି ଥିବାରୁ ସରକାର ଏସବୁ ଇନ୍ଧନ ମୂଲ୍ୟରେ ବୃଦ୍ଧି କରିଛନ୍ତି । ଏଥିସହିତ ଖାଇବା ତେଲ ଏବଂ ଗହମ ଆଦିର ମଧ୍ୟ ଅତ୍ୟଧିକ ମୂଲ୍ୟ ବୃଦ୍ଧି ଘଟିଛି । ତେବେ ଏହି ମୂଲ୍ୟବୃଦ୍ଧି ଅନ୍ତର୍ଜାତୀୟ ବଜାର ପାଇଁ ହୋଇଛି ବୋଲି ସରକାର ସଫେଇ ଦେଇଛନ୍ତି । ସରକାରଙ୍କ ଦ୍ୱାରା ପେଟ୍ରୋଲିୟମ ଉତ୍ପାଦର ଦର ବୃଦ୍ଧିକୁ ବିରୋଧୀ ଦଳ ଗୁଡ଼ିକ ତୀବ୍ର ସମାଲୋଚନା କରିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା । ଏଥିଯୋଗୁ ଅନେକ ବ୍ୟକ୍ତି କ୍ଷୁଧା ପରିସରକୁ ଚାଲିଯିବେ ବୋଲି ପିଏମଏଲ-ଏନ ଶେହବାଜ ଶରିଫ କହିଛନ୍ତି ।
Powered by Froala Editor