ବିଜୟା ଦଶମୀରେ ଦେବୀ ପିନ୍ଧିଲେ ସୁନାର ଶାଢୀ
ବିଜୟା ଦଶମୀ ପାଇଁ ସବୁଠି ଉତ୍ସବର ମାହୋଲ । ମା’ଙ୍କ ଆବାହନରେ ମଣ୍ଡପ, ସହର ଝଲସୁଛି । ଦେବୀଙ୍କ ମୂର୍ତ୍ତି ଆକର୍ଷଣୀୟ ହୋଇଛି । ତେବେ ଏହି ଅବସରରେ ମହାରାଷ୍ଟ୍ର ପୁଣେରେ ଥିବା ମହାଲକ୍ଷ୍ମୀ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତି କରାଯାଉଛି । ବିଜୟା ଦଶମୀର ବିଶେଷ ଅବସରରେ ଦେବୀଙ୍କ ମୂର୍ତ୍ତିଙ୍କୁ ପିନ୍ଧାଯାଇଛି ସୁନାର ଶାଢୀ । ଶ୍ରୀ ମହାଲକ୍ଷ୍ମୀ ମନ୍ଦିରର କର୍ମକର୍ତ୍ତା ଦୀପକ ଭାନର୍ସ କୁହନ୍ତି, ୧୧ ବର୍ଷ ପୂର୍ବେ ଜଣେ ଭକ୍ତ ଏକ ସୁନା ଶାଢୀ ପ୍ରଦାନ କରିଥିଲେ । ଏହି ଶାଢୀ କେବଳ ଦୁଇଥର ଦେବୀଙ୍କୁ ପିନ୍ଧାଯାଏ । ଗୋଟିଏ ହେଉଛି ବିଜୟ ଦଶମୀ ଏବଂ ଅନ୍ୟଟି ହେଉଛି ଲକ୍ଷ୍ମୀ ପୂଜା । ଶାଢୀର ଓଜନ ୧୬ କିଲୋଗ୍ରାମ । ବିଜୟ ଦଶମୀର ବିଶେଷ ଉତ୍ସବରେ ଦେବୀଙ୍କୁ ସୁନା ଶାଢୀ ପିନ୍ଧାଯାଇଥାଏ । ଏହି ପରମ୍ପରା ଗତ ୧୧ ବର୍ଷ ଧରି ଚାଲିଆସୁଛି ।
Powered by Froala Editor