ବସିର୍ଜନ ସାରି ଫେରୁଥିଲେ, ଓଲଟିଲା ଟ୍ରାକ୍ଟର : ୧୧ ମୃତ
ବିଜୟା ଦଶମୀରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଛତିଶଗଡରେ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିବାବେଳେ ଲୋକଙ୍କ ଉପରେ କାର୍ ମାଡିଯାଇଥିଲା । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି । ଏପଟେ ଉତ୍ତରପ୍ରଦେଶରେ ମଧ୍ୟ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୧ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।
ସୂଚନା ମୁତାବକ, ଉତ୍ତର ପ୍ରଦେଶର ଝାନ୍ସିର ଚିରଗାଁଓ ଅଞ୍ଚଳରେ ଶୁକ୍ରବାର ଦିନ ଏହି ଦୁର୍ଘଟଣା ହୋଇଛି । ମାଣ୍ଡେର ରୋଡ ସ୍ଥିତ ଛିନ୍ନୋରା ଗାଁର ଶ୍ରଦ୍ଧାଳୁମାନେ ମୂର୍ତ୍ତି ବିସର୍ଜନ ସାରି ଟ୍ରାକ୍ଟରର ଟ୍ରଲିରେ ବସି ଫେରୁଥିଲେ । ହଠାତ ରାସ୍ତାରେ ଟ୍ରାକ୍ଟର ଆଗକୁ ଏକ ଗୋରୁପଲ ଚାଲିଆସିଥିଲା । ଟ୍ରାକ୍ଟର ଚାଳକ ଭାରସାମ୍ୟ ହରାଇ ଟ୍ରାକ୍ଟରଟିକୁ ରାସ୍ତା ତଳକୁ ଗଡାଇ ଦେଇଥିଲେ । ଫଳରେ ରାସ୍ତାକଡ଼ ଖାତକୁ ଟ୍ରଲିଟି ସମ୍ପୂର୍ଣ୍ଣ ଓଲଟି ପଡିଥିଲା । ଟ୍ରଲି ତଳେ ଚାପି ହୋଇ ରହିବା ଫଳରେ ଘଟଣାସ୍ଥଳରେ ହିଁ ୧୧ଜଣଙ୍କ ମୃତ୍ୟୁ ଘଟିଥିଲା। ଟ୍ରାକ୍ଟରରେ ମୋଟ ୩୨ ଜଣ ଲୋକ ଥିଲେ । ମୃତ୍ୟୁମୁଖରେ ପଡ଼ିଥିବା ଲୋକମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୪ ଜଣ ଛୋଟ ପିଲା ରହିଛନ୍ତି ।
Powered by Froala Editor