ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ଅସୁସ୍ଥ
ଆମେରିକାର ପୂବର୍ତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ରକ୍ତ ସଂକ୍ରମଣ ସନ୍ଦେହରେ କାଲିଫର୍ଣ୍ଣିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଅନ୍ତ୍ରର୍ଜାତୀୟ ଗଣମାଧ୍ୟମ ସିଏନଏନ ଗୁରୁବାର ରିପୋର୍ଟ ପ୍ରକାଶ କରିଛି।
ସିଏନଏନର ରିପୋର୍ଟ ଅନୁଯାୟୀ, ୭୫ ବର୍ଷୀୟ କ୍ଲିଣ୍ଟନଙ୍କୁ ଆଇସିୟୁରେ ରଖାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି। ତେବେ ତାଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବାର କାରଣ ପୂର୍ବରୁ ଥିବା ହୃଦଘାତ ସମସ୍ୟା କିମ୍ବା କୋଭିଡ-୧୯ ଯୋଗୁ ନୁହେଁ ବୋଲି ସିଏନଏନ କହିଛି । ତାଙ୍କୁ ଅଣ କୋଭିଡ ଓ୍ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡାକ୍ତରମାନେ କହିଛନ୍ତି, “ଦୁଇ ଦିନର ଚିକିତ୍ସା ପରେ ତାଙ୍କର ହ୍ୱାଇଟ୍ ରକ୍ତ ସଂଖ୍ୟା ହ୍ରାସ ପାଉଛି ଏବଂ ଆଣ୍ଟିବାୟୋଟିକ୍ ଭଲ କାମ କରୁଛି । ନ୍ୟୁୟର୍କରେ ରାଷ୍ଟ୍ରପତିଙ୍କ ଡାକ୍ତରୀ ଦଳ ସହିତ କାଲିଫର୍ଣ୍ଣିଆର ଡାକ୍ତରୀ ଦଳ ନିରନ୍ତର ଯୋଗାଯୋଗରେ ଅଛନ୍ତି । ଆମେ ଆଶା କରୁଛୁ ସେ ଶୀଘ୍ର ଘରକୁ ଯିବେ ।
Powered by Froala Editor