ମାଲବାହୀ ଟ୍ରେନ ଲାଇନ୍ ଚ୍ୟୁତ : ହାୱଡା –ରାଜଧାନୀ , କାନପୁର-ଶତାବ୍ବୀ ସମେତ ଅନେକ ଟ୍ରେନ ବାତିଲ
କାନପୁର ନିକଟରେ ମାଲବାହୀ ଟ୍ରେନ ଲାଇନ୍ଚ୍ୟୁତ ହୋଇଛି । ଏହି ଘଟଣା କାନପୁର ଠାରୁ ୫୩ କିଲୋମିଟର ଦୂରରେ ଥିବା ଆମ୍ବିଆପୁର ନିକଟରେ ଘଟିଛି। ନୂଆ ଦିଲ୍ଲୀରୁ ଫେରୁଥିବା ମାଲବାହୀ ଖାଲି ଟ୍ରେନର ଡବା ଗୁଡ଼ିକ ଲାଇନ୍ ଚ୍ୟୁତ ହୋଇ ପଡ଼ିଛନ୍ତି। ଏହି କାରଣରୁ ଏହି ଟ୍ରାକ୍ରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇ ଯାଇଛି। ଉଭୟ ଅପ୍ ଏବଂ ଡାଉନ୍ ଟ୍ରାକ୍ ଲାଇନ୍ ବ୍ୟାହତ ହୋଇଛି । ହାୱଡା –ରାଜଧାନୀ , କାନପୁର-ଶତାବ୍ବୀ ସମେତ ଅନେକ ଟ୍ରେନକୁ ବାତିଲ କରାଯାଇଛି। ୭୧ଟି ଟ୍ରେନର ରୁଟ୍ ତଥା ଗତିପଥ ପରିବର୍ତ୍ତନ କରାଯାଇଛି । ଏହି ଦୁର୍ଘଟଣାର ପର ଠାରୁ ରେଳବାଇ କଣ୍ଟ୍ରୋଲ ରୁମରୁ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦେଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ଭୋର ୪ଟା ସମୟରେ ଦିଲ୍ଲୀର କାନପୁରକୁ ଆସୁଥିବା ମାଲ ଗାଡି ଆମ୍ବିଆପୁର-ରୁରା ଷ୍ଟେସନ ମଧ୍ୟରେ ଚଳାଚଳ କରିଥିଲା। ଏହି ମାଲ ଗାଡି ଟ୍ରେନର ୧୪ଟି ବଗି ହଠାତ୍ ଖସି ଯାଇଥିଲା । ଦୁର୍ଘଟଣା ପରେ ନିୟନ୍ତ୍ରଣରୁ ସମସ୍ତ ଷ୍ଟେସନକୁ ଏନେଇ ଏକ ବାର୍ତ୍ତା ଦିଆଯାଇଥିଲା ଯେ, ଅପ ଓ ଡାଉନ୍ର ସମସ୍ତ ଟ୍ରେନ୍ କୁ ଯେକୌଣସି ସ୍ଥାନରେ ଅଟକାଇ ଦିଆଯାଇଛି। ହାୱଡା-ରାଜଧାନୀ, କାନପୁର-ଶତାବ୍ଦୀ ସମେତ ସାତୋଟି ଟ୍ରେନ୍ ସକାଳ ୫.୧୫ରୁ କାନପୁରରେ ଛିଡା ହୋଇ ରହିଛି ।
Powered by Froala Editor