ନୂଆ ରୂପରେ ଆସୁଛି ରାମାୟଣ, ୭୫୦ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ
ମୁମ୍ବାଇ: ଅତୀତରେ ରାମାୟଣ ପରି ପୌରାଣିକ ବିଷୟବସ୍ତୁକୁ ନେଇ କେତେକ ନିର୍ମାତା-ନିଦେ୍ର୍ଧଶକ ଚଳଚ୍ଚିତ୍ର ତିଆରି କରିଛନ୍ତି । ଏଥିରେ ବିଶେଷ କରି ଭଗବାନ ରାମଚନ୍ଦ୍ର ଏବଂ ରାବଣଙ୍କ ସଙ୍ଘର୍ଷମୟ ଜୀବନୀକୁ ଦୃଶ୍ୟାୟନ କରିବାକୁ ପ୍ରୟାସ କରିଛନ୍ତି । ଟେଲିଭିଜନରେ ମଧ୍ୟ ରାମାନନ୍ଦ ସାଗରଙ୍କ ପ୍ରଯୋଜନାରେ ନିର୍ମିତ ଧାରାବାହିକ ‘ରାମାୟଣ’ ପ୍ରସାରିତ ହେଇଛି । ତେବେ ବି ‘ରାମାୟଣ’ କାହାଣୀକୁ ଭିନ୍ନ ଭାବରେ ଦର୍ଶକଙ୍କ ପ୍ରଖରେ ପହଞ୍ଚାଇବାକୁ କେତେକ ନିର୍ମାତା-ନିଦେ୍ର୍ଧଶକ ଆଗ୍ରହ କରୁଛନ୍ତି । ଏମାନଙ୍କ ଭିତରେ ନିତେଶ ତିୱାରୀ ଓ ମଧୁ ମଣ୍ଟେନା ଅନ୍ୟତମ । ନିତେଶଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଛି ନୂଆ ଚଳଚ୍ଚିତ୍ର ‘ରାମାୟଣ’ । ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରଯୋଜକ ୭୫୦ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରିଛନ୍ତି । ସବୁଠୁ ବିସ୍ମୟର କଥା ହେଉଛି ଯେ ଏଥିରେ ରାମଚନ୍ଦ୍ରଙ୍କ ଭୂମିକାରେ ରଣବୀର କପୁର ଏବଂ ରାବଣ ଭୂମିକାରେ ମନୋନୀତ ହେଇଥିବା ହ୍ରିତିକ୍ ରୋଷନ ପ୍ରତ୍ୟେକ ୭୫ କୋଟି ଟଙ୍କା ନେବେ । ଏହା ମଧ୍ୟ ଶୁଣାଯାଉଛି ଯେ ପୂର୍ବରୁ ଦର୍ଶକ ରାମାୟଣର ଯେଉଁ କଥାବସ୍ତୁ ଦେଖିଛନ୍ତି, ତା’ଠାରୁ କିଛି ନୂଆ ଘଟଣା ଦେଖିବାକୁ ପାଇବେ । ଏଥିରେ ସୀତା ଭୂମିକାରେ କରୀନା କପୁର ଅବତୀର୍ଣ୍ଣ ହେବେ ବୋଲି ଶୁଣାଯାଉଛି । କେତେକ କହୁଛନ୍ତି ଏହା ମିଛ ଖବର । ସେମାନେ କହୁଛନ୍ତି କରୀନା ଜଣେ ନିପୁଣ ଅଭିନେତ୍ରୀ ହେଲେ ସୀତାଙ୍କ ଭୂମିକା ପାଇଁ କରୀନା ଆଦୌ ଉପଯୁକ୍ତ ନୁହେଁ । ଏପାଖେ କରୀନାଙ୍କ ସ୍ୱାମୀ ‘ଆଦିପୁରୁଷ’ ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଆସୁଛନ୍ତି । ଏଥିରେ ରାମ ଭୂମିକାରେ ଅଛନ୍ତି ବାହୁବଳୀ ପ୍ରଭାସ । ଦେଖାଯାଉ ନିତେଶ ଓ ମଣ୍ଟେନାଙ୍କ ଏତେବଡ଼ ପ୍ରୟାସ କ’ଣ ହେଉଛି!
Powered by Froala Editor