ଭାଙ୍ଗି ପଡିଲା ଝୁଲା ପୋଲ, ୩୦ ଛାତ୍ର ଆହତ
ଛାତ୍ରମାନେ ଆସୁଥିବାବେଳେ ଭାଙ୍ଗି ପଡିଲା ଝୁଲା ପୋଲ । ଏ ଅଘଟଣ ଆସାମର କରିମଗଞ୍ଜ ଜିଲ୍ଲାରେ ଘଟିଛି । ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ସେମାନେ ସରକାରଙ୍କୁ ଦାୟୀ କରିଛନ୍ତି । ପୋଲ ନିର୍ମାଣ ନିମ୍ନମାନର ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।
କରିମଗଞ୍ଜର ଚେରାଗି ଅଞ୍ଚଳରେ ଥିବା ସିଙ୍ଗଲା ନଦୀ ଉପରେ ଏହି ଝୁଲା ପୋଲ ରହିଥିଲା । ମାତ୍ର ତିନି ବର୍ଷ ପୂର୍ବେ ଏହି ଝୁଲା ପୋଲ ତିଆରି ହୋଇଥିଲା। ଗତକାଲି ଝୁଲା ପୋଲ ଭାଙ୍ଗି ପଡ଼ିବାରୁ ପ୍ରାୟ ୩୦ ଜଣ ଛାତ୍ର ଆହତ ହୋଇଛନ୍ତି। ସ୍କୁଲ ଛୁଟି ହେବା ପରେ ଛାତ୍ରମାନେ ଝୁଲା ପୋଲ ଉପରେ ଆସୁଥିବାବେଳେ ପୋଲଟି ଭାଙ୍ଗି ପଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ପିଲାମାନଙ୍କୁ ପାଣିରୁ ଉଦ୍ଧାର କରିଥିଲେ। କିଛି ଛାତ୍ର ଆହତ ହୋଇଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲ ତିଆରି ହେବାବେଳେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି।
Powered by Froala Editor