ପୁଣି ସିଲିଣ୍ଡର ପିଛା ବଢ଼ିଲା ୧୫ ଟଙ୍କା
ପୁଣି ଏଲ୍ପିଜି ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ହୋଇଛି । ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୪ କେଜି ସିଲିଣ୍ଡର ପିଛା ଦାମ୍ ୮୯୯ ଟଙ୍କା ୫୦ ପଇସାରେ ପହଞ୍ଚିଛି । ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬ ଟଙ୍କାରେ ପହଂଚିଛି ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଫଳରେ ଖୁଚୁରା ବଜାରରେ ମହଙ୍ଗା ହୋଇଛି ପେଟ୍ରୋଲିୟମ ଉତ୍ପାଦର ଦର । ୪ ମାସ ହେଲା ଲଗାତର ରୋଷେଇ ଗ୍ୟାସ ଦର ମହଙ୍ଗା ହୋଇଛି । ଏହା ପୂର୍ବରୁ ଜୁଲାଇରେ ୨୫ ଟଙ୍କା ୫୦ ପଇସା, ଅଗଷ୍ଟରେ ୨୫ ଟଙ୍କା ଓ ପୁଣି ସେପ୍ଟେମ୍ବରରେ ସିଲିଣ୍ଡର ପିଛା ଦର ୨୫ ଟଙ୍କା ବୃଦ୍ଧି ହୋଇଥିଲା ।
ସେହିପରି କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୧ ରୁ ୯୨୬ ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ ମୁମ୍ବାଇରେ ଏଲପିଜି ମୂଲ୍ୟ ୮୪୪.୫୦ ରୁ ୮୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଚେନ୍ନାଇରେ ସବସିଡି ନଥିବା ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୯୧୫.୫୦ ଟଙ୍କାକୁ ବୃଦ୍ଧି ପାଇଛି ।
ଏହା ପୂର୍ବରୁ ମଧ୍ୟ ଅକ୍ଟୋବର ୧ ତାରିଖରେ ତୈଳ କମ୍ପାନୀ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ୪୩ ଟଙ୍କା ୫ ପଇସା ବଢ଼ାଇଥିଲେ । କିନ୍ତୁ ସେତେବେଳେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ବଢ଼ିନଥିଲା ।
Powered by Froala Editor