୧୦୦୦ କାର୍ ଚୋରେଇ ମଉଜ କରୁଥିଲା ଏହି ଚୋର...
ଏମିତି ଚୋର ଯିଏକି ହାତ ସଫେଇରେ ବେଶ୍ ମାହିର। ପୁଣି ଛୋଟ ମୋଟ ଚୋରି ନୁହେଁ ୧୦୦୦ କାର୍ ଚୋରେଇବାରେ ସଫଳ ହୋଇଛି ଏହି ଚୋର। ଦିଲ୍ଲୀ ପୁଲିସର ଆତଙ୍କବାଦ ନିରୋଧୀ ଦଳ (ଏଟିଏସ) ଏହି ଅପରାଧୀକୁ ଧରିଛନ୍ତି । ତାଙ୍କ ନାମ ଦୀପକ ରାଣା । ପୁଲିସ କହିଛି ଯେ, ଏହି ଅଭିଯୁକ୍ତ ମାତ୍ର ୩ରୁ ୫ ମିନିଟ ମଧ୍ୟରେ ଦୀପକ କାର ଚୋରି କରିନେଉଥିଲା । ତାହାର ଅନ୍ୟ ଜଣେ ସହଯୋଗୀ ମଣ୍ଟି ଓରଫ ଚାମ୍ପୁ କାରଗୁଡିକୁ ମିରଟ ଆଣୁଥିଲା । ସେଠାରେ ସେମାନ କାର ଲୁଚାଇ ରଖୁଥିଲେ । ତାହାପରେ ସୋଏବ ମଲିକ ନାମକ ଜଣେ ବ୍ୟକ୍ତିଙ୍କୁ କାର ହସ୍ତାନ୍ତର କରାଯାଉଥିଲା । ଜଣାଯାଇଛି ଯେ ଏଟିଏସର ଏକ ତାଲିମପ୍ରାପ୍ତ ଦଳ ରାଣା ଉପରେ ବୈଷୟିକ କୌଶଳ ବ୍ୟବହାର କରି ନଜର ରଖିଥିଲେ । ରାଣା କାର ଚୋରୀ କରି ମିରଟରେ ଲୁଚାଇ ରଖୁଥିବାର ସିସିଟିଭି ଫୁଟେଜ ମିଳିବା ପରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା । ରାଣାର ଫଟୋକୁ ପୁଲିସ ସର୍ବସାଧାରଣରେ ଜାରି କରିବା ଦ୍ୱାରା ଜନସାଧାରଣ ତାକୁ ଚିହ୍ନିବା ସହଜ ହୋଇଯାଇଥିଲା । ଗିରଫ ହେବା ପରେ ରାଣା ନିକଟରୁ ୫ଟି କାର, ୨୨ଟି ନକଲି ଚାବି, ହାଇସିକ୍ୟୁରିଟି ନମ୍ବର ପ୍ଲେଟ, କାର ତାଲା ଏବଂ ଏୟାର ପମ୍ପ ଆଦି ଜବତ କରାଯାଇଛି । ରାଣାର ଆଉ ତିନିଜଣ ସହଯୋଗୀ ଆତ୍ମଗୋପନ କରିଛନ୍ତି । ସେମାନଙ୍କୁ ଗିରଫ କରିବାକୁ ପୁଲିସ ଖୋଜୁଛି ।
Powered by Froala Editor