ମନ୍ଦିରରେ ପ୍ରବେଶ କରିବାରୁ ଦୁଇ ବର୍ଷର ଶିଶୁକୁ ୨୫ହଜାର ଜୋରିମାନା
ବେଙ୍ଗାଲୁରୁ: କର୍ଣ୍ଣାଟକର କୋପାଲ ଅନ୍ତର୍ଗତ ମିଆପୁରା ଗାଁରେ ଦଳିତ ସମ୍ପ୍ରଦାୟର ଏକ ଦୁଇ ବର୍ଷର ଶିଶୁ ମନ୍ଦିରରେ ପ୍ରବେଶ କରିବାରୁ ତା’ର ପରିବାରକୁ ଗ୍ରାମବାସୀ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି । ଏଥିସହିତ ମନ୍ଦିର ପରିସର ବିଶୋଧନ ପାଇଁ ୧୦ ହଜାର ଟଙ୍କା ଦାବି କରିଛନ୍ତି । ପ୍ରଶାସନ ଏ ସମ୍ପର୍କରେ ସୂଚନା ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଗ୍ରାମବାସୀ କ୍ଷମା ମାଗିଛନ୍ତି । ଜନ୍ମ ଦିନ ଉପଲକ୍ଷେ ଶିଶୁଟି ଗତ ୪ ତାରିଖରେ ପରିବାର ସହ ମନ୍ଦିରକୁ ଯାଇଥିଲା; କିନ୍ତୁ ୧୧ ରେ ଜରିମାନା ଲାଗୁ କରାଯାଇଥିଲା ।
Powered by Froala Editor