ଏଠାରେ ସୂର୍ଯ୍ୟକିରଣ ପଡିଲେ ତରଳିଯାଏ ମଣିଷ ଶରୀର
କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରାଜିଲର ଏକ ଛୋଟ ଗାଁ ଆରାରାସ୍ରେ । ଏହା ସାଓ ପାଉଲୋରେ ଅବସ୍ଥିତ । ଏଠାକାର ଲୋକେ ସୂର୍ଯ୍ୟ କିରଣକୁ ଯିବାକୁ ଡରିଥାନ୍ତି । କାରଣ ସୂର୍ଯ୍ୟକିରଣକୁ ଯିବା ମାତ୍ରେ ଲୋକଙ୍କ ଚର୍ମ ତରଳିବା ଆରମ୍ଭ କରେ । କେବଳ ଏତିକି ନୁହେଁ ଲୋକଙ୍କ ଆଖି ମଧ୍ୟ ନଷ୍ଟ ହୋଇଯାଏ । ଏହି ଗାଁର ୬୦୦ରୁ ଅଧିକ ଲୋକ ଏହି ରୋଗର ଶିକାର ହୋଇଛନ୍ତି । ଏହି କାରଣରୁ ଏଠାରେ ରହୁଥିବା ଲୋକ ଦିନରେ ବାହାରକୁ ଯିବାକୁ ଭୟ କରନ୍ତି । ଏହାକୁ ଅନେକ ଭଗବାନଙ୍କ ଅଭିଶାପ ବୋଲି ଭାବୁଛନ୍ତି । କିନ୍ତୁ ଚିକôିସା ବିଜ୍ଞାନରେ ଏହା ଗୁରୁତ୍ୱର ରୋଗ ଜେରୋଡର୍ମା ପିଗ୍ମେେ ।ସମ୍ ଭାବରେ ଜଣାଶୁଣା । ଏହି ପ୍ରସଙ୍ଗରେ ପୂର୍ବତନ ଜିଲ୍ଲା କୁଷ୍ଠରୋଗ ଅଧିକାରୀ ସୀତାପୁର ଏବଂ ଚର୍ମ ବିଶେଷଜ୍ଞ ଡକ୍ଟର ଦୀପେନ୍ଦ୍ର କହିଛନ୍ତି ଯେ ଏହା ଏକ କୋ୍ରନିକ୍ ରୋଗ, ଯାହା ପ୍ରତି ୧୫ଲକ୍ଷ ରୋଗୀଙ୍କ ମଧ୍ୟରୁ ଯେକୌଣସି ରୋଗୀ ଠାରେ ଦେଖା ଦେଇଥାଏ । ଏଥିରେ ରୋଗୀ ସୂର୍ଯ୍ୟକିରଣକୁ ଯିବା ଦ୍ୱାରା ତାର ଆଖି ନଷ୍ଟ ହୋଇଥାଏ । ଏହା ଏକ ଜେନେଟିକ୍ ରୋଗ ବୋଲି ଡକ୍ଟର ଦିପେନ୍ଦ୍ର କହିଛନ୍ତି । ଏହି ମାମଲା ଭାରତରେ ମଧ୍ୟ ସମ୍ନାକୁ ଆସିଛି । ଯଦି ପରିବାରର ଜଣେ ବ୍ୟକ୍ତିଙ୍କର ଏହି ରୋଗ ଅଛି ତେବେ ଅନ୍ୟମାନଙ୍କର ଏହି ରୋଗ ହେବାର ୫୦% ସମ୍ଭାବନା ରହିଛି । ଏହି ରୋଗକୁ କ୍ରନିକ୍ ରୋଗ କୁହାଯାଏ କାରଣ ଯେତେବଳେ ଏହା ଘଟେ, ତିନି ପ୍ରକାରର ଚର୍ମ କର୍କଟ ରୋଗୀକୁ ପ୍ରଭାବିତ କରିଥାଏ । କେବଳ ଏତିକି ନୁହେଁ ରୋଗୀର ବୟସ ମଧ୍ୟ ୩୦ ରୁ ୩୫ ବର୍ଷ ପର୍ଯ୍ୟନ୍ତ କମିଯାଏ । ଏହି ରୋଗର ଚିକôିସା ସମ୍ପର୍କରେ ଡକ୍ଟର ଦିପେନ୍ଦ୍ର କହିଛନ୍ତି ଯେ ଏଥିପାଇଁ ଜେନେଟିକ୍ ପରୀକ୍ଷା ଚାଲିଛି । ଯଦି ଏହି ଚିକôିସା ଫଳପ୍ରଦ ହୁଏ, ତେବେ ରୋଗୀମାନଙ୍କୁ ଆରାମ ମିଳିବ ।
Powered by Froala Editor