ମୁଖ୍ୟ ସଚିବଙ୍କୁ ଏଭଳି କହିଲେ ସମ୍ବିତ
ଭୁବନେଶ୍ୱର: ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଟାର୍ଗେଟ କରିଛନ୍ତି । ବାଲେଶ୍ୱର ଗସ୍ତ ପରେ ପ୍ୟାକେଜ ଘୋଷଣା ହେବାକୁ ନେଇ ଶ୍ରୀ ପାତ୍ର ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କୁ ସମାଲୋଚନା କରିଛନ୍ତି ।
ଶ୍ରୀ ପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଦାୟିତ୍ୱ ନେବା କଥା କହିବା ପରେ ବାଲେଶ୍ୱର ପାଇଁ ପ୍ୟାକେଜ ଘୋଷଣା କଲେ । ପୂର୍ବରୁ ଉପନିର୍ବାଚନ ହୋଇଥିବା ବାଲେଶ୍ୱର ପାଇଁ ଆପଣ ପ୍ୟାକେଜ ଘୋଷଣା କଲେ । ମୁଖ୍ୟ ସଚିବଙ୍କ ରାଜନୈତିକ ପୃଷ୍ଠଭୂମିରେ ଭୋଟରଙ୍କୁ ପ୍ରଭାବିତ ଉଦ୍ୟମ ଚିନ୍ତାଜନକ । ଆପଣଙ୍କ ଠାରୁ ରାଜ୍ୟବାସୀ ନିରପେକ୍ଷତା ଆଶା କରନ୍ତି ବୋଲି ସମ୍ବିତ ପାତ୍ର କହିଛନ୍ତି । ଏହାଛଡ଼ା ଆପଣ ସମ୍ବିଧାନ ସହ ବନ୍ଧା ହୋଇଛନ୍ତି, ରାଜନୀତି ସହ ନୁହେଁ । ଏପରିକି ମୁଖ୍ୟମମନ୍ତ୍ରୀ ବିଜେପୁର, ପାଟକୁରା ଓ ତିର୍ତ୍ତୋଲ ଦାୟିତ୍ୱ କଥା କହିଥିଲେ, ମନେ ଅଛି ତ ବୋଲି ମୁଖ୍ୟ ଶାସନ ସଚିବଙ୍କ ଉଦେ୍ଧଶ୍ୟରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।